ଜାଗ୍ରତ କନ୍ଧମାଳ ଓଡ଼ିଶା ପକ୍ଷରୁ ପଛୁଆ ବର୍ଗ ଙ୍କ ସମ୍ଭିଧାନିକ ଅଧିକାର ଆଲୋଚନା ଚକ୍ର

Udaya_Labanya | November 14, 2021 | 27 views |0 | Breaking News

ଫୁଲବାଣୀ
(ସୁନୀଲ ପଟନାୟକ )

ରବିବାର ଜାଗ୍ରତ କନ୍ଧମାଳ ଓଡ଼ିଶା ତରଫରୁ ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ସାରଙ୍ଗଡ ଠାରେ ପଛୁଆ ବର୍ଗ (OBC) ମାନଙ୍କ ସାମ୍ବିଧାନିକ ଅଧିକାର କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା , ଆଇନ ଯିବି ସତ୍ୟ ନାରାୟଣ ବେହେରା , ସହ ସଂପାଦକ ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ଅଙ୍ଗଦ କହଁର, ପୂଜାରୀ ଖଣ୍ଡାୟତ ର ସଭାପତି ଶ୍ୱେତ ବାନ ପୂଜାରୀ, ତୈଳ ସମାଜର ସଭାପତି ଗଙ୍ଗାଧର ପୃଷ୍ଟି , କୋଷାଧ୍ୟକ୍ଷ ପ୍ରେମାନନ୍ଦ ମାଝି, ଏବଂ ଅନ୍ୟ ପଛୁଆ ବର୍ଗ ର ସଭାପତି ଏବଂ ସଂପାଦକ ମାନେ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ପ୍ରେମାନନ୍ଦ ମାଝି ସଭା ପରିଚାଳନା କରିଥିଲେ। ଆଇନ ଯିବି ସତ୍ୟ ନାରାୟଣ ବେହେରା OBC ମାନଙ୍କର ଅଧିକାର ଓ ହକ୍ ଦାବି ବିଷୟର ପୁଙ୍ଖନୁପୁଙ୍ଖ ଆଲୋଚନା କରୁଥିଲେ। ୧- 1931ମସିହା ଜାତି ଭିତ୍ତିକ ଗଣନା ବାଉନ % ଅନୁଯାୟୀ ଶିକ୍ଷା, ନିଯୁକ୍ତି ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ।୨- ସମ୍ବିଧାନ ଧାରା 330 ଓ 332 ଅନୁଯାୟୀ ସଂସଦ ଓ ବିଧାନ ସଭା ରେ ସଂରକ୍ଷଣ ବ୍ୟବସ୍ଥା। ୩- ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ପ୍ରତେକ ବ୍ଲକ୍ ରେ ସ୍ଵତନ୍ତ୍ର ଛାତ୍ର ବାସ , ଓ ଆବାସିକ ବିଦ୍ୟାଳୟ ସ୍ଥାପନ ।୪- ମେଧାବୀ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ନିମନ୍ତେ ୫ ଲକ୍ଷ ଟଙ୍କା ଷ୍ଟାଇପେଣ୍ଟ, ଭୂମି ହିନ ପତିବରା ଙ୍କ ପାଞ୍ଚ ଏକର ଜମି ।୫- ସଂଖ୍ୟା ଅନୁପାତ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ସାମିଲ ।୬- ସମ୍ବିଧାନ ଧାରା 340 ସମ୍ପୂର୍ଣ୍ଣ କାର୍ଯ୍ୟ କାରୀ କରାଯିବା କୁ ଆଗାମୀ ଦିନରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାକୁ ସ୍ଥିର କରାଗଲା । ଏବଂ ସମସ୍ତ ସଦ୍ୟସ ସହମତି ପ୍ରକାଶ କରିଥଲେ। ଶେଷରେ ସ ହ ସଂପାଦକ ଧନ୍ୟବାଦ୍ ଅର୍ପଣ କରିଥଲେ।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories