#Breaking News

ଭାଜପା ଯୁବ ନେତା ପରକ୍ଷୀତ ଛତର ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା


ବରଗଡ଼(ଉଲାପ୍ର)
ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ବର୍ଗତ ପରୀକ୍ଷିତ ଛତର ଙ୍କ ଅକାଳ ବିୟୋଗରେ ଆଜି ବିଜେପି ବରଗଡ ଜିଲ୍ଲା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଳା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସତଗତି କାମନାକରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ସଭାପତି ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ବର୍ଗତ ପରୀକ୍ଷିତ ଛତର ଙ୍କ ବିୟୋଗରେ ଦଳର ଅପୂରଣୀୟ କ୍ଷତି ହୋଇଛି ଏବଂ ଜଣେ ନିଷ୍ଠାପର କାର୍ଯ୍ୟକର୍ତ୍ତା ଙ୍କୁ ହରାଇଲା ବୋଲି ଅଭିହିତ କରିଥିଲେ । ବରଗଡ ସାଂସଦ ସୁରେଶ ପୁଜାରୀ ଏହି ଅବସରରେ ସ୍ବର୍ଗତ ପରୀକ୍ଷିତ ଛତରଙ୍କ ସୃତି ଚାରଣ କରି ସ୍ବର୍ଗତ ପରୀକ୍ଷିତ ଛତରଙ୍କୁ ଦଳର ଜଣେ ଦାଇତ୍ୱବାନ କାର୍ଯ୍ୟକର୍ତ୍ତା ଓ ଏକ ଉଦୟମାନ ଯୁବନେତାଙ୍କୁ ହରାଇଲା ବୋଲି ପ୍ରକାଶ କରିଥିଲେ। ପରୀକ୍ଷିତ ଛତରଙ୍କ ଅସମୟରେ ବିୟୋଗ ଯୋଗୁଁ ବ୍ୟକ୍ତ ଗତ ଭାବେ ବହୁତ ଦୁଃଖିତ ବୋଲି ପ୍ରକାଶ କରିବାସହିତ ବରଗଡ଼ ଜିଲ୍ଳା ଜଣେ ଯୁବ ସମାଜସେବୀ ଙ୍କୁ ହରାଇଲା ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଉପାଧ୍ୟକ୍ଷ ମଦନ ଦୀପ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେଶ୍ୱର ଶତପଥୀ, ସୌରୀ ଚରଣ ବାରିକ, ଡ. ଅରୂପାନନ୍ଦ ସାହୁ, ରବି ନାରାୟଣ ଦାଶ, ଅଶୋକ ପଣ୍ଡା,ସୁଶାନ୍ତ ମିଶ୍ର, ପ୍ରିତେଶ ବହିଦାର, କୁଶ କୁମ୍ଭାର, ସରୋଜ ପାଣିଗ୍ରାହୀ,ଅକୁର ମଲ୍ଲିକ, ଅବନୀକାନ୍ତ ପଣ୍ଡା, ଅମିତ କୁମାର ପଣ୍ଡା,ସବିତା ସାହୁ,ସୁନନ୍ଦା ମେହେର,ଈଶ୍ୱର ବାଗ,ଉରକୁଲୁ ତାଣ୍ଡି, ପ୍ରମୋଦ ଛତର,ବିପିନ ଭୋସାଗର,ଗୁଡ଼େଶ ଦାଶ, ଶାନ୍ତନୁ ସାହୁ, ସୁବ୍ରତ ହୋତା, ସୀମା ସିଂ, ମମତା ଅଗ୍ରୱାଲ, ଯୁଧିଷ୍ଠିର ମେହେର , ଅର୍ଚ୍ଚନା ବାଗ, ଘନଶ୍ୟାମ ସାହୁ, କୁଶ ସାହୁ , ବ୍ରଜ ନାଏକ , ସୁଜିତ ସରାଫ, ସୁନୀଲ ପଧାନ , ନିରୋଜ ବାରିକ, ଅର୍ଜୁନ ବାଗ ଗୀତାଞ୍ଜଳି ମେହେର, ମଣ୍ଟୁ ପାଣ୍ଡେ, ଲକ୍ଷ୍ମୀକାନ୍ତ ବରିହା ପ୍ରମୁଖ ସଭା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *