ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏସଏଚଜି ଗ୍ରୁପ ରୁଣପ୍ରଦାନ
Udaya_Labanya | November 17, 2021 | 20 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଞ୍ଚଳିକ ଶାଖା ପକ୍ଷରୁ ସ୍ତାନୀୟ ଗାନ୍ଧୀ ସ୍ମୁତୀ ଭବନ ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ଏକ ଋଣ ମେଳା ଅନୁଷ୍ଠିତ ହୋଇଥିଲା । ମହିଳା ସଶକ୍ତି କରଣ କିଭଳି ହୋଇ ପାରିବ ସେହି ଦିଗରେ ଆନ୍ତରିକ ଉଦ୍ୟମ କରୁଛି କରୁଛି ବ୍ୟାଙ୍କl
ଏହି କାର୍ଯ୍ୟକ୍ରମ ରେ 1512 ଜଣ ସ୍ୱୟଂ ସହାୟିକା ଗୋଷ୍ଟି ମହିଳା ମାନଙ୍କୁ 17 କୋଟି46 ଲକ୍ଷଟଙ୍କା ର ଋଣ ପ୍ରଦାନ କରାଯାଇଛି। ନୂଆ ସ୍ବଂୟ ସହାୟକ ଗୋଷ୍ଠୀ ହେଉ କିମ୍ବା ପୁରୁଣା ସମସ୍ତଙ୍କୁ ବ୍ୟାଙ୍କ ପକ୍ଷରୁ ଲୋନ୍ ଦିଆଯିବ l ଯେଉଁଏସ ଏଚଜି ଗ୍ରୁପ ଠିକ୍ ଭବରେ ନିଜର ଉନ୍ନତି କରନ୍ତି ପରବର୍ତ୍ତୀ ସମୟରେ ଅନ୍ୟ କିଛି ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କ ଋଣକୁ ବଢାଇଦିଆଯାଇଛି। କାର୍ଯ୍ୟକାମ ରେ ଭୁବନେଶ୍ୱର ଏସବିଆଇ ସିଜିଏମ ଶ୍ରୀମତୀ ବିଦ୍ୟା କୃଷ୍ଣନ,ଜିଲାପାଳ ଡ. ବୃନ୍ଦା ଡି,ଏସପି ଭିନିତ ଅଗ୍ରୱାଲ, ପିଡ଼ି ଡିଆର ଡି ଏ ବିଶ୍ୱ ରଞ୍ଜନ ନାୟକ ଏବଂ ବ୍ୟାଙ୍କର ଅଧିକାରୀ ମାନେ ଉପସ୍ଥିତ ଥିଲେ।