ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଚାଲାଣକାରୀ ଗିରଫ

Udaya_Labanya | November 20, 2021 | 23 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗ୍ରାହକ ବେଶରେ ବଜ୍ରକାପ୍ତା ଚାଲାଣକାରୀଙ୍କୁ ମାଡ଼ି ବସିଲା ଏସଟିଏଫ୍‌ ଓ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ । ଚାଲାଣକାରୀଙ୍କ ନିକଟରୁ ୧୧କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ୍‌ ଓ ବନବିଭାଗ । ସୂଚନା ପ୍ରକାରେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଜକିକିଆ ଦେଇ ବଜ୍ରକାପ୍ତା ଚାଲାଣ ହେବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଏହାପରେ ଏସଟିଏଫ୍‌ ସହ ଯୋଗାଯୋଗ କରି ଗଠନ

ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍‌ । ବୁଧବାର ବିଳମ୍ବିତ ରାତିରେ ଜକିକିଆ ନିକଟରେ ଚାଲାଣକାରୀଙ୍କ ଅପେକ୍ଷାରେ ଗ୍ରାହକ ବେଶରେ ଜଗି ବସିଥିଲା ଏସଟିଏଫ୍‌ ଓ ବନ ବିଭାଗର ଟିମ୍‌ ।ଏହାପରେ ଚାଲାଣକାରୀଙ୍କ ସହ ଗ୍ରାହକଙ୍କ ଭଳି ମୁଲଚାଲ କରି ଜିଅନ୍ତା ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କେଶ ନଂ.୪/୨୧ ପ୍ରକାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ । ଗିରଫ ଦୁଇ ଅଭିଯୁକ୍ତ ସୁଡ୍ରା ସନୁବାଡି ଗ୍ରାମର ଶିବାନନ୍ଦ ମଲ୍ଲିକ ଏବଂ ବାରଖମା ଗ୍ରାମର ରାଷ୍ଟ୍ର ଭୋଇ ହୋଇଥିବା ଜଣାପଡ଼ିଛି । ନିଜ ଅଞ୍ଚଳରୁ ବଜ୍ରକାପ୍ତା ଆଣି ଚାଲଣ କରୁଥିବା ବେଳେ ଧରାପଡ଼ିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories