#Breaking News

ସରକାର କା ମାଲ ଦରିଆ ମେଁ ଡାଲ :ବାଲିଗୁଡା ଉପଖଣ୍ଡ ରେ ବିଏସଏନଏଲ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୱାନ ସାଇଡ କଲ ସହ ଶୁଭୁନି


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ଫେଲ୍ । ସରକାରୀ ଯୋଜନା ଜନ ହିତରେ ଜାରି । କିନ୍ତୁ ଜଣା ପଡୁନାହିଁ ଏଠି ସରକାର ଫେଲ୍ ନା କେନ୍ଦ୍ର ସରକାରଙ୍କ ବାବୁ ମାନେ ଫେଲ । ତୈଳ ଦରବୃଦ୍ଧି , ଖାଉଟି ସାମଗ୍ରୀ ଦରବୃଦ୍ଧି , ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ , ଏବେ ଆଉ ଏକ ଅଭିନବ ଉପାୟରେ କେନ୍ଦ୍ର ସରକାର ଲୁଟୁଥିବା ଅଭିଯୋଗ ହୋଇଛି। ତାହା ପୁଣି ଡିଜିଟାଲ ଇଣ୍ଡିଆର ନାଁ ରେ । ଅଭିଯୋଗ ହୋଇଛି କି ଲୋକ ଯାଇ ଚନ୍ଦ୍ର ପୃଷ୍ଠରେ ଜାଗା କିଣି ଘର ତିଆରି କରିବାକୁ ପ୍ରସ୍ତୁତ ହେଲେଣି, କିନ୍ତୁ ବାଲିଗୁଡ଼ା ଅଞ୍ଚଳରେ ବିଏସ୍ଏନ୍ଏଲ୍ ସେବା ଜନ ସାଧାରଣଙ୍କୁ ଉଚିତ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଯାଇଛି । ବାଲିଗୁଡ଼ା ଉପଖଣ୍ଡ କେବଳ , କନ୍ଧମାଳ ଜିଲ୍ଲା ର ବା ଓଡ଼ିଶାର କି ଭାରତ ବର୍ଷର ବଡ଼ ଉପଖଣ୍ଡ ନୁହେଁ ବରଂ ସମଗ୍ର ଏସିଆ ମହାଦେଶର ସର୍ବବୃହତ ଉପଖଣ୍ଡ କହିଲେ ଅତିଉକ୍ତି ହେବ ନାହିଁ । କିନ୍ତୁ ଏଠିକାର କେନ୍ଦ୍ର ସରକାରୀ ବାବୁ ଓ କର୍ମଚାରୀ ଙ୍କ ଅବହେଳା ନା ଆଉ କିଛି ସମସ୍ୟା ଜନସାଧାରଣ ବୁଝି ପାରୁନାହାନ୍ତି । ବିଏସ୍ଏନ୍ଏଲ୍ ରୁ ଫୋନ୍ କଲେ ଗୋଟିଏ ଥରରେ କେବେ ଫୋନ୍ ଲାଗୁନାହିଁ । ଫୋନ୍ ଆସିଥିଲେ ମଧ୍ୟ ଶୁଭୁ ନାହିଁଁ , ଆଉ ସବୁଠାରୁ ବଡ଼ ବିଷୟ ୨ଜି ରୁ ୪ଜି ହୋଇ ପାରିଲା ନାହିଁ । ସବୁ ବେଳେ ୨ଜି ରେ ହିଁ ରହିଗଲା । ଏହି ସବୁ ସମସ୍ୟା ର ସମାଧାନ ନ କରି କୁଆଡେ କେନ୍ଦ୍ର ସରକାର ଙ୍କ ବିଭାଗୀୟ କର୍ମଚାରୀ ମାନେ ଭୋକ ବିକଳରେ ତାଟିଆ କାମୁଡ଼ା ନିତି କରିବା ଅଭିଯୋଗ ହେଉଛି । ଏହି ସମସ୍ୟାର ସମାଧାନ ତୁରନ୍ତ ନ କଲେ ଘରୋଇ କମ୍ପାନୀ ଗୁଡିକ ମାଡି ବସିଲେ ବିଏସଏନଏଲ ସମଗ୍ର ଅଞ୍ଚଳରେ ଲୋପ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ।ଏଣୁ ବେଳ ଥାଉ ଥାଉ ସମାଧାନ କରିପାରିଲେ ବିଏସଏନଏଲ ଗ୍ରାହକ ସନ୍ତୁଷ୍ଟ ହୋଇ ପାରିବେ l ଅନ୍ୟଥା ଏପଟେ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହେଉଥିବା ଜଣାପଡିଛି ।ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ l

Leave a comment

Your email address will not be published. Required fields are marked *