ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ
Udaya_Labanya | November 21, 2021 | 39 views |0 | Breaking News
ଢେଙ୍କାନାଳ(ଉଲାପ୍ର) ଶ୍ରୀ ସତ୍ୟ ସାଇ ସେବା ସମିତି ଆନୁକୂଲ୍ୟରେ ସତ୍ୟସାଇ ବାବାଙ୍କର 96ତମ ଜନ୍ମଦିବସ ଉପଲକ୍ଷେ ଢେଙ୍କାନାଳ ସହରର ପି ଡବ୍ଲୁ ଡ଼ି କଲୋନୀ ସାଇ ମନ୍ଦିରରେ ପ୍ରେମ ସଂଜୀବନି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ଢେଙ୍କାନାଳ ଶାଇ ମନ୍ଦିରର ଆଶ୍ରିତ ସହରବାସୀ ତଥା ଗେଙ୍ଗୁଟିଆ ଭଜନମଣ୍ଡଳୀର ଭାଇ ଭଉଣୀମାନେ ରକ୍ତଦାନ କରିଥିଲେ । ଉକ୍ତ ଶିବିରରେ ଢେଙ୍କାନାଳ ସତ୍ୟ ସାଇ ସଂଗଠନର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଶ୍ମିରଞ୍ଜନ ଦାସ, ଜିଲ୍ଲା ସେବା ସଂଯୋଜକ ଶ୍ରୀ ବ୍ରଜବନ୍ଧୁ ଚିନାରା ,ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ନାଥ, ଜିଲ୍ଲା ବେଦ ସଂଯୋଜକ ଆର୍ତ୍ତବନ୍ଧୁ ଦାସ ସମିତି ଆବାହକ ଶ୍ରୀ ବିମ୍ବାଧର ସାସମଲ,ଜିଲ୍ଲା ଯୁବ ସଂଯୋଜିକା କୁମାରୀ ଅମ୍ରିତା ନାଥ, ସମିତି ଶିକ୍ଷା ସଂଯୋଜିକା ଶ୍ରୀମତୀ ସୁଚିତ୍ରା ବେହେରା ନ୍କ ସମେତ ଅନ୍ୟ ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ । ଆଜିର ଏହି ରକ୍ତଦାନ ଶିବିରରେ 35 unit ରକ୍ତ ସଂଗ୍ରହ କରାଯାଇଥିଲା ।