କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ ସମାରୋହ ଓ ମହତାବ ଜୟନ୍ତୀ

Udaya_Labanya | November 22, 2021 | 15 views |0 | Breaking News

ବରଗଡ଼: ୨୧/୧୧/
(ସତ୍ୟ ନାରାୟଣ ପ୍ରଧାନ)
ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ମହତାବ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହତାବ ଜୟନ୍ତୀ ଓ ‘କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୧’ ପ୍ରଦାନ ସମାରୋହ ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ହରେକୃଷ୍ଣ ମହତାବ ଙ୍କୁ ନବମ ଉତ୍କଳ ର ନିର୍ମାତା ଭାବେ ଅଭିହିତ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଜଣାଇଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବ୍ୟଙ୍ଗ

ସାହିତ୍ୟିକ ମନୋରଞ୍ଜନ ସାହୁ ଓ ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର ମହାପୁରୁଷଙ୍କ ଜୀବନୀ ଅଧ୍ୟୟନ ପୂର୍ବକ ନିଜକୁ ଅନୁରୂପ ଭାବେ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ରୋଟାରୀ ପବ୍ଲିକ ସ୍କୁଲ ର ଚେୟାରମେନ ରୋଟାରୀୟାନ ସମୟ ଭଟ୍ଟାଚାର୍ଯ୍ୟ, ପୂର୍ବତନ ରୋଟାରୀ କ୍ଲବ ସଭାପତି ରୋଟାରୀୟାନ ଗୋବିନ୍ଦ ଦାଶ ଯୋଗଦାନ କରି ମହତାବ ଙ୍କ ବହୁମୁଖି ପ୍ରତିଭା ବର୍ଣନା ପୂର୍ବକ ଛାତ୍ର ଛାତ୍ରୀ ଙ୍କୁ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ‘କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୧’ରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଅର୍ଥ ବିଭାଗ ର ଅତିରିକ୍ତ ଶାସନ ସଚିବ ନଗେନ୍ଦ୍ର ନାଥ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ର, ଦିବ୍ୟ କିଶୋର ଦେବତା, ମନୋରଞ୍ଜନ ମେହେର, ଆଲୋକ ସାହୁ, ଅଧ୍ୟାପକ ତିଳକ ରାମ ପ୍ରଧାନ,ସୁପ୍ରଭା ସାମଲ, ସନ୍ତୋଷିନୀ ଦାଶ, ଦୟାନିଧି ମେହେର ପ୍ରମୁଖ ଉପସ୍ଥିତ ଥିଲେ। ନୃତ୍ୟଶିଳ୍ପୀ ବୈଷ୍ଣବୀ ବିର୍ତିଆ, ଆକା°କ୍ଷା ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସ°ସଦର ପ୍ରତିଷ୍ଠାତା ସମ୍ପାଦକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଉଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories