କୃଷି ଆଇନ ପ୍ରତ୍ୟାହାର ଘୋଷଣା କୁ ଆଂଶିକ ସ୍ୱାଗତ କଲା ସମ୍ବିଧାନ ସୁରକ୍ଷା ମଂଚ
Udaya_Labanya | November 22, 2021 | 30 views |0 | Breaking News
ବରଗଡ଼: ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ବରଗଡ଼ ଗାନ୍ଧିଛକ ଠାରେ ଏହି ଘୋଷଣା କୁ ଆଂଶିକ ଭାବେ ସ୍ୱାଗତ କରାଯାଇଛି । ଚାଷୀ ମାନଙ୍କ ବହୁ ଦିନର ସଂଘର୍ଷ ସଫଳ ହେଲା ବୋଲି ସମ୍ବିଧାନ ସୁରକ୍ଷା ମଂଚର ଆବାହକ ପବିତ୍ର ଦେହେରୀ କହିଛନ୍ତି । ସେହିପରି ଧାନ ଓ ଅନ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ କୁ ଆଇନଗତ ମାନ୍ୟତା ଦିଆଯାଉ ବୋଲି ରମେଶ ମହାପାତ୍ର କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଭବାନୀ ସାହୁ, ଦିନେଶ ଅଗ୍ରୱାଲ, ଅମୂଲ୍ୟ ଛତର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।