#Breaking News

ସ୍କୁଲ ଛୁଟି, ମା କୁ ସହାୟତା ର ହାତ ବଢ଼ାଉଛି ଲେବିନା


ଫୁଲବାଣୀ (ସୁନୀଲ ପଟନାୟକ )
ବୟସ ମାତ୍ର ଛ ବର୍ଷ l ନାଁ ତାର ଲେବିନା ପ୍ରଧାନ l ପ୍ରଥମ ଶ୍ରେଣୀ ରେ ପଢୁଛି l କୋରାନା ସଂକ୍ରମଣ ପାଇଁ ସ୍କୁଲ ଛୁଟି l ଯଦିଓ ସରକାର ଷଷ୍ଠ ରୁ ଉର୍ଦ୍ଧ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ କଲେଣି l ହେଲେ ପ୍ରଥମ ରୁ ପଞ୍ଚମ ଯାଏ ଛୁଟି ସ୍କୁଲ l ଫଳରେ ଲେବିନା ଘରେ କିଛି କିଛି ପାଠ ପଢେ l ଅନ୍ୟ ସମୟରେ ବେଳେ ବେଳେ ମା ଙ୍କ ସାଥିରେ ବିଲ କୁ ଯାଏ l ଏବେ ଧାନ କଟା ସମୟ ହୋଇଥିବାରୁ କଟାଯାଇଥିବା ଅଳ୍ପ କିଛି ଧାନ ସହ ତାର ସାଥି କୁକୁର ଛୁଆ କୁ ବି କୋଳ ରେ ଧରିଆସୁଥିବା ଲେବିନା ର ଫୋଟୋ ସୋସି ଆଲ ମିଡ଼ିଆ ରେ ଦେଖିବାକୁ ମିଳୁଛି l
ଜି, ଉଦୟଗିରି ମାଲିକପୋଡ଼ି ଗ୍ରାମପଞ୍ଚାୟତ କଟାବାଲି ଗ୍ରାମର ଟିଆ ମୂକୁଲିଙ୍ଗିଆ ସାହିରସୁଦାମ ପ୍ରଧାନ ଙ୍କ ଝିଅ ଲେବିନା l
ଜି. ଉଦୟଗିରି କଟାବାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ଶ୍ରେଣୀ ର ଛାତ୍ରୀ ସେ l କିନ୍ତୁ କରୋନା ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବା ରୁ ନିଜର ବାପା ମା ଙ୍କୁ କାମରେ ସାହାଯ୍ୟ କରିବାକୁ ଯାଇ ଡାହାଣ ହାତ ସାହାଯ୍ୟ ରେ ମୁଣ୍ଡରେ ଧାନ ଫସଲ ମୁଣ୍ଡେଇ , ବାମ ହାତରେ ପୋଷା ମାନିଥିବା ନିଜର କୁକୁର ଛୁଆ କୁ ଯତ୍ନ ର ସହ କାଖେଇ ନିଜ ଘର ଅଭିମୁଖେ ଯାଉଥିବା ସମୟ ର ଦୃଶ୍ୟ, ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି l କୁନି ଝିଅ ର ଏହି ଫଟୋ ରୁ ଜଣା ପଡୁଛି ଯେ ଝିଅ ଟି ର କୋଳରେ ଏହି କୁକୁର ଛୁଆ ନିଜର ଅତି ଆପଣାର ଭଳି ଆରାମ ରେ ରହିଛି l ମନୁଷ୍ୟ ର ଅତ୍ୟନ୍ତ ବିଶ୍ଵସ୍ତ ପ୍ରାଣୀ ” କୁକୁର ” ର ଛୁଆ ଏବଂ କୁନି ଝିଅ ମଧ୍ୟରେ ଥିବା ଅନାବିଳ ସ୍ନେହ, ଶ୍ରଦ୍ଧା ଓ କୁନି ଝିଅ ର ନିଜ ପରିବାର ପ୍ରତି କର୍ତ୍ତବ୍ୟ ନିଷ୍ଠା ଓ ଦାଇତ୍ୱ ବୋଧ ର ଝଲକ୍ ଏଥିରୁ ସହଜରେ ବାରି ହୋଇ ପଡ଼ୁଛି l

Leave a comment

Your email address will not be published. Required fields are marked *