#Breaking News

ଫୁଲବାଣୀରେ ଫାର୍ମାସିଷ୍ଟ ସପ୍ତାହ ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ଫାର୍ମାସିଷ୍ଟ ଏସୋ ସିଏସନ ପକ୍ଷରୁ ଫୁଲବାଣୀ ସଦର ମହକୁମା ଠାରେ ଜାତୀୟ ଫାର୍ମାସିଷ୍ଟ ସପ୍ତାହ ଉଦଘାଟିତ ହୋଇଛି lଏହି ଅବସର ରେ ଆୟୋ ଜିତ ଉତ୍ସଵ ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡ଼ଃ ରାଜଶ୍ରୀ ପଟନାୟକ ମୁଖ୍ୟ ଅତିଥୀ ଭାବେଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି subha ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥୀ ଭାବେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ତାରିଣୀ ଚନ୍ଦ୍ର ମୁନୀ ଯୋଗ ଦେଇ ରାଜ୍ୟରେ ଓ କନ୍ଧମାଳ ଜ଼ିଲ୍ଲାରେ ଅନେକ ଡାକ୍ତର ଓ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି ଆଉ ଫାର୍ମାସିଷ୍ଟ ମନେ ଗ୍ରାମାଞ୍ଚଳ ରେ ରହି ଲୋକ ଙ୍କୁଯଥା ସାଧ୍ୟ ଉପଯୁକ୍ତ ସେବା ଯୋଗାଇ ଅନେକ ଙ୍କୁ ମୃତ୍ଯୁ ମୁଖରୁ ରକ୍ଷା କରୁଥିବାରୁ ପ୍ରଶଂସା କରିଥିଲେ l
ସେହିପରି ନିଷ୍ଠା ଓ ଆନ୍ତରିକତା ର ସହ ଗ୍ରାମାଞ୍ଚଳ ର ଗରିବ ଲୋକଙ୍କୁ. ସେବା ଯୋ ଗାଇଦେବାକୁ ପରାମର୍ଶ ଦେଇଥିଲେ l
ସେହିପରି ସରକାର ଫାର୍ମାସିଷ୍ଟ ମା ନଙ୍କ ଦାବୀ ପୂରଣ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକ ବୋଲି ମୁନି କହିଥିଲେ l
ଏହି ଫର୍ମାଶିଷ୍ଟ ସପ୍ତାହ୨୯ ଯାଏ ଏକ ସପ୍ତା ହ ଚାଲି ବ l

Leave a comment

Your email address will not be published. Required fields are marked *