ଆଠଗଡ ରେ ମୋବାଇଲ ଚୋର ସକ୍ରିୟ,ତିନି ମୋବାଇଲ ଚୋର ଗିରଫ
ଆଠଗଡ଼(ଉଲାପ୍ର)ଆଠଗଡ ରେ ମୋବାଇଲ ଚୋର ସକ୍ରିୟ ରହିଛନ୍ତି, ଗତ କିଛିଦିନ ମଧ୍ୟରେ ଆଠଗଡ ଅଞ୍ଚଳ ରେ ବ୍ୟାପକ ମୋବାଇଲ ଚୋରୀ ହେଲାଣି,ଶନିବାର ଦିନ ସକାଳେ ଆଠଗଡ ପୁରୁଣା ବସ ଷ୍ଟାଣ୍ଡ ପରିବା ମାର୍କେଟ ରେ ଆଠଗଡ ଥାନାର ପୂର୍ବତନ କର୍ମଚାରୀ ଦେବେନ୍ଦ୍ର ନାଥ ସ୍ୱାଇଁ ପରିବା କିଣୁଥିବା ବେଳେ ତାଙ୍କ ସାର୍ଟ ପକେଟ ରୁ ମୋବାଇଲ ଚୋରି ହୋଇ ଯାଇଥିଲା, ଏହି ସମୟରେ ଚୋର ଜଣକ ଅନ୍ୟ ଜଣଙ୍କର ମୋବାଇଲ ଚୋରି କରୁଥିବା ସମୟରେ ସାଧାରଣ ଲୋକେ ଚୋରକୁ ମାଡିବସି ଥିଲେ,ଆଉ ତା ପରେ ଯିଏ ଯାହା ଦେଲା ଦନ ଦନା ଦନ କରି ଥୋଇ ଚାଲୁଲେ।ଏହି ଘଟଣାରେ ତିନିଜଣ ଚୋରଙ୍କୁ ଧରି ସାଧାରଣ ଲୋକ ପୋଲିସ କୁ ଦେଇଛନ୍ତି,ଏ ସବୁ ଯୁବକ ଆନ୍ଧ୍ରପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି, ଆଠଗଡ ଅଞ୍ଚଳ ରେ ଏହିପରି ୨୦ ରୁ ଅଧିକ ଯୁବକ ବୁଲୁଛନ୍ତି।ଏଠି ଆମ ପୋଲିସ କରୁଛି କଣ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































