#Breaking News

ସିନଜେନଟା ଇଣ୍ଡିଆ ତରଫରୁ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ୩୦ ଶଯ୍ୟା ପ୍ରଦାନ


ବରଗଡ଼ : ବରଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସିନଜେନଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ୩୦ ଶଯ୍ୟା ପ୍ରଦାନ କରାଯାଇଛି । ଶୁକ୍ରବାର ଏକ ସ୍ୱତନ୍ତ୍ର ଉତ୍ସବରେ କଂପାନୀର ବିଜନେସ ମେନେଜର ଶଶୀଭୂଷଣ ଡିଏମଓ ଡାକ୍ତର ବିଭୂତି ଭୂଷଣ ମେହେରଙ୍କୁ ଏହି ଶଯ୍ୟା ହସ୍ତାନ୍ତର କରିଥିଲେ ।  ୩୦ ଟି ହାଇଡ୍ରୋଲିକ ଶଯ୍ୟା ସହ ବେଡସିଟ, ଗଦା , ତକିଆ  ଆଦି ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ କଂପାନୀ ତରଫରୁ ଏପରି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଏ ଅବସରରେ କଂପାନୀର ବରିଷ୍ଠ ଆଂଚଳିକ ଅଧିକାରୀ ହରିହର ସ୍ୱାଇଁ ଏବଂ ଅଶ୍ୱିନୀ ଶର୍ମା,  ବରଗଡ଼ ବିତରକ ରଂଜନ ଚାନ୍ଦ ଗୋଠିଆଙ୍କ ସମେତ ହସପିଟାଲ ମେନେଜର ଚିତ୍ତପ୍ରଜ୍ଞା ଦାଶ, ଟେକନିକାଲ ଷ୍ଟୋର କିପର ପ୍ରଫୁଲ୍ଳ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । 

Leave a comment

Your email address will not be published. Required fields are marked *