#Breaking News

ଆସନ୍ତାକାଲି ୫ଟି ରେ ରୁପାନ୍ତରିତ ହେବ ଜିଲ୍ଲା ର ୨୨ ଟି ସ୍କୁଲ


ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)
ଆସନ୍ତାକାଲି ରାଜ୍ୟ ସରକାର ଙ୍କ ୫ଟି ରୁପାନ୍ତର ଯୋଜନା ରେ ସାମିଲ ହୋଇ ଥିବା ଜିଲ୍ଲା ର ୨୨ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସୋହେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସ°ଧ୍ୟା ୫ଟାରେ ଭିସି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲା ର ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ଥିତ ରହିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା ର ୧୨ ବ୍ଲକ ମଧ୍ୟରେ ବରଗଡ଼ ମ୍ୟୁନିସିପାଲଟି ରେ ଗୋଟିଏ, ବ୍ଲକ ରେ ୨ଟୀ, ବରପାଲି ରେ ୬ଟି, ଅତାବିରା ରେ ୩ଟି, ଭେଡେନ ବ୍ଲକ ରେ ୨, ସୋହେଲା ବ୍ଲକ ରେ ୩,ଅମ୍ଭାଭୋନାରେ ୧,ରାଜ ବୋଡ଼ାସମ୍ବର ବ୍ଲକ ରେ ୩ ଓ ପାଇକମାଳ ବ୍ଲକ ରେ ଗୋଟିଏ ହାଇସ୍କୁଲ ର ରୁପାନ୍ତରିଣର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି।

Leave a comment

Your email address will not be published. Required fields are marked *