#Breaking News

ଭାରତ ସ୍କାଉଟ ଗାଇଡ଼ ତରଫରୁ ସାଇକେଲ ଚାଳନା ଓ ପାହାଡ଼ଚଢା କାର୍ଯ୍ୟକ୍ରମ


ଆଠଗଡ(ଉକପ୍ର)ଆଠଗଡ ରେ ଭାରତ ସ୍କାଉଟ ଓ ଗାଇଡ଼ ତରଫରୁ ରବିବାର ଦିନ ସାଇକେଲ ଚାଳନା ଓ ପାହାଡ଼ ଚଢା କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଛନ୍ତି ଆଠଗଡ ଡ଼ିଏଫଓ ସୁଦର୍ଶନ ଗୋପୀନାଥ ଯାଦବ,ରାଜ୍ୟ ସ୍କାଉଟ ଗାଇଡ଼ ଆଡ଼ଭେଞ୍ଚର କମିଟିର ମୁଖ୍ୟ ସ୍ୱାଧୀନ ପଣ୍ଡାଙ୍କ ସଭାପତିତ୍ୱ ରେ ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଆଠଗଡ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ,ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ କମାଡାଣ୍ଟ ସୁଧୀର ବେହେରା,ଦିଲୀପ ଛତାର, ବିଭିନ୍ନ ମହାବିଦ୍ୟାଳୟ ର ସ୍କାଉଟ ଗାଇଡ଼ ବିଭାଗର ଅଧ୍ୟାପକ, ଅଧ୍ୟାପିକା,ଶିକ୍ଷୟତ୍ରୀ ମାନେ ଯୋଗଦେଇ ଥିବା ବେଳେ ସ୍କୁଲ,କଲେଜ ର ଛାତ୍ରଛାତ୍ରୀମାନେ ଯୋଗଦେଇ ସାଇକେଲ ଯୋଗେ ଅମଙ୍ଗେଇ କୁଦ କୁ ଯାତ୍ରା କରିଥିଲେ,ଛାତ୍ରଛାତ୍ରୀମାନେ ପାଖରେ ଥିବା ପାହାଡ଼ କେମିତି ଚଢାଯାଏ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଥିଲା।

Leave a comment

Your email address will not be published. Required fields are marked *