#Breaking News

ଢ଼େଙ୍କାନାଳ ଲେଖକ ସଂସଦ ର ୪୨ ତମ ସାମ୍ବଶ୍ଚରିକ ମହୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢ଼େଙ୍କାନାଳ ଲେଖକ ସଂସଦ ର 42ତମ ସାମ୍ବଶ୍ଚରିକ ମହୋତ୍ସବ ଶାଣ୍ଡିଲ୍ୟ ବସନ୍ତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉସ୍ଛବରେ ମୁଖ୍ୟ ଅତିଥିରୁପେ ଢେଙ୍କାନାଳ ସଂସଦ ମହେଶ ସାହୁ, ସଂମାନିତ ଅତିଥିରୁପେ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ , ଲେଖକ ସଂସଦ ର ମୁଖ୍ୟ ବ୍ୟକ୍ତା ପ୍ରାକ୍ତନ ଜିଲ୍ଲାପାଳ ସନାତନ ରାଉତ, ସଂମାନୀୟ ବ୍ୟକ୍ତା ଭବନି ଶଙ୍କର ମିଶ୍ର, ଆଇନଜୀବି ଦୀପ୍ତିଶ ପଟ୍ଟନାୟକ, ଲେଖକ ସଂସଦ ର ସଭାପତି ଭିକାରୀ ଚରଣ ରାଉତ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ସକାଳ 8ଘଟିକା ସମୟରେ କବିତା ପଠନ କରାଯିବା ପରେ ଅତିଥୀମାନଙ୍କ ଦ୍ୱାର ଦ୍ୱୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ ଗଣେଶ୍ୱର ମିଶ୍ରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଲେଖକ ସଂସଦର ସଭାପତିଙ୍କ ଦ୍ୱାରା ବିବରଣୀ ପାଠ କରାଯାଇଥିଲା ।ଏହାପରେ ସାଂସଦ ଙ୍କ ପାଣ୍ଠି ଦ୍ୱାରା ନିର୍ମିତ ଲେଖକ ସଂସଦ ପାଠାଗାରକୁ ଜିଲ୍ଲାପାଳଙ୍କଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଏହାପରେ ପୁସ୍ତକ ସପ୍ତାରଣ୍ୟ, ସୁନ୍ଦର ଶ୍ରୀରାମ ଓ ଅଲେଖ ମହିମା ଗୁଡିକୁ ଉନ୍ମୋଚନ କରାଯାଇଥିଲା । ଜିଲ୍ଲାପାଳ ମହୋଦୟ ଲେଖକ ସଂସଦର ଲେଖକ ଓ କବିମାନଙ୍କର ଲେଖାକୁ ପ୍ରଶଂସା କରିବା ସହ ପାଠାଗାର ପାଇଁ ଆଲମୀରା ଯୋଗାଇଦେବାକୁ ଜିଲ୍ଲାପାଳ ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହାପରେ ବିଭିନ୍ନଲେଖକ ସଂସଦ ର ସଭାପତି ମାନଙ୍କୁ ଉତ୍ତରୀ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ମଧ୍ୟାର୍ଣ 2.30 ପରେ କବିତା ଆସର କରାଯାଇଥିଲା ।

Leave a comment

Your email address will not be published. Required fields are marked *