#Breaking News

ହେଲପି° ହାର୍ଟ ର ସମ୍ମାନିତ ସମାରୋହ


ବରଗଡ଼: ବରଗଡ଼ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପି° ହାର୍ଟ ତରଫ ରୁ ଆଜି ବଣିକ ଭବନ, ବରପାଲି ଠାରେ ନିଷ୍ଠା ପରିବାରକୁ ସମ୍ମାନିତ କରାଯାଇଥିଲା। ଉକ୍ତ ଅନୁଷ୍ଠାନ ପକ୍ଷରୁ ବେକାର ଯୁବକ ଯୁବତୀ ଙ୍କୁ ସୈନ୍ୟ ବାହିନୀରେ ଯୋଗଦେବା ପାଇଁ ମାଗଣା ଶିକ୍ଷା ପ୍ରଦାନ ସହ ତାଲିମ ଦେଇ ଆସୁଛନ୍ତି। ଏହା ସହିତ ଆଜି ଠୁ ନୂତନ ବେଚ ର ନାମ ଲେଖା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି। ଏବେ ଯୁବକ ଯୁବତୀ ମାନେ ଚାକିରୀ ନ ପାଇ ପଥ ଭ୍ରଷ୍ଟ ହେଉଥିବା ବେଳେ ହେଲପି° ହାର୍ଟ ର ଏହି ପ୍ରୟାସ ପ୍ରକୃତ ରେ ପ୍ରଶଂସନୀୟ ଅଟେ।ଏହି

ଅବସରରେ ଆଜି ଅନୁଷ୍ଠିତ ସଭାରେ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ନିଷ୍ଠା ପରିବାର
କୁ “ଜୀବନ ରକ୍ଷକ” ସମ୍ମାନ ରେ ସମ୍ମାନୀତ କରାଯାଇଥିଲା। ସେହିପରି ସାମ୍ବାଦିକ ପ୍ରଭୁ ମହାନ୍ତି, ସମାଜ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରପାଲି ବିଧାୟିକା ରୀତା ସାହୁ, ଲିଟିଲ୍ ଏଞ୍ଜ୍ଜେଲ୍ ସ୍କୁଲ ର ଏମ ଡି ସୁନୀତା ମୁଣ୍ଡ, ଜଗବନ୍ଧୁ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ପଦ୍ମିନୀ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଓ ସହ ସମ୍ପାଦକ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *