ଜୀବନ ବୀମା ଅଭିକର୍ତ୍ତା ସଂଘ ର ସାଧାରଣ ପରିଷଦ ବୈଠକ

Udaya_Labanya | November 30, 2021 | 16 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜୀବନ ବୀମା ଶାଖା ଅଭିକର୍ତ୍ତା ସଂଘ ର ସାଧାରଣ ପରିଷଦ ବୈଠକ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ମନୋଜ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଭା କୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅଜିତ କର,ମଣ୍ଡଳ ସଭାପତି ପ୍ରସୁନ ପଣ୍ଡା, ବରଗଡ଼ ଶାଖା ପରିଚାଳକ ରଞ୍ଜନ ଶତପଥୀ,ସହ ପରିଚାଳକ ଚିନ୍ତାମଣି ସାହୁ, ବରପାଲି ଶାଖା ପରିଚାଳକ ନିରଞ୍ଜନ ମାଝୀ,ଭିଜନ ମିଶ୍ର, ବିଶ୍ବଜିତ ମିଶ୍ର,ସି ଏସ ରାଓ, ସମ୍ପାଦକ ଚନ୍ଦ୍ର ଶେଖର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ସମର ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ସାଧାରଣ ପରିଷଦ ବୈଠକ ରେ ସଂଘ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପରେ ସଂଘ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ନୂତନ ସଭାପତି ଭାବେ ମନୋଜ ମେହେର ଙ୍କୁ ପୁନଃ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବରେ ପ୍ରଦୀପ ଷଡ଼ଙ୍ଗୀ ଓ ଧିରେନ୍ଦ୍ର ତ୍ରିପାଠୀ, ଅଭିମନ୍ୟୁ ସ୍ବାଇଁ ସମ୍ପାଦକ, ହୃଷିକେଶ ପାତ୍ର ଏବଂ ଦେବକୀ ସାହୁ ସହ ସମ୍ପାଦକ, ଗଗନ ବିହାରୀ ପ୍ରଧାନ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories