ପୁଣି ଶୀତ ଲେଉଟିଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଶୀତର ଲହରୀ, ଆଜିଫୁଲ ବାଣୀରେ ୯ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ଡିଗ୍ରୀ ସେଲସିୟସ

Udaya_Labanya | November 30, 2021 | 37 views |0 | Breaking News


ଫୁଲବାଣୀ(ସୁନୀଲ ପଟ୍ଟନାୟକ) କନ୍ଧମାଳକୁ ପୁଣି ଶୀତ ଲେଉଟିଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଏବେ ଜାଡରେ ଥରୁଛି ।ପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।
ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫକରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନବଜାର ବି ଖାଁ ଖାଁ ଲାଗୁଛି। କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି।
ଥଣ୍ଡା ବଢି ଯିବା ଫଳରେ ସକାଳୁ କାମକୁ ଯାଇପାରୁନାହାନ୍ତି ଦିନ ମହୁରିଆ ମାନେ ।
ହେଲେ ସହରିଆ ବାବୁ ମାନେ ଶୀତବସ୍ତ୍ର ପିନ୍ଧି ଥଣ୍ଡାର ମଜା ଉଠାଇବା ସହ କିଏ ପ୍ରାତଃଭ୍ରମଣ, ତ ଆଉ କିଏ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳୁଛି ।
ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକ ର ମଧ୍ୟ ଚାହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି ।
ଆଗକୁ ଥଣ୍ଡା ବଢିଲେ ଗରମ ପୋଷାକର ବି ଭଲ ବେପାର କରିବାକୁ ଲକ୍ଷ୍ୟ ରଖିଛନ୍ତି ବ୍ୟବସାୟୀ।
ଫୁଲବାଣୀରେ ଆଜି ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରି ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୮ ଡିଗ୍ରୀ ସେଲସିୟସ କୁ ଖସି ଆସିଛି ।

ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ବାଲିଗୁଡ଼ା, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।
ତେବେ ଏବେ ପର୍ଯ୍ୟଟନ ରୂତୁ ହୋଇଥିବାରୁ କନ୍ଧମାଳ ଜିଲାର ପ୍ରାକୃତିକ ମନୋରମ ପରିବେଶକୁ ମନଭରି ଉପଭୋଗ କରି ବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କ ଭିଡ଼ ମଧ୍ୟ ଜମି ଲାଣି। ଏବର୍ଷ କରନା କଟକଣା ଟିକିଏ କୋହଳ ହୋଇଥିବାରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଲାଣି ଜିଲ୍ଲାକୁ ।
ତେବେଆଗକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି ପର୍ଯଟନ ବିଭାଗ ଲକ୍ଷ୍ୟ ରଖିଛିl

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories