#Breaking News #Uncategorized

ବରଗଡ଼ ଜିଲ୍ଲାର ୨୨ ହାଇସ୍କୁଲ ମୁଖ୍ୟ ମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଆଜି ସଂଧ୍ୟା ରେ ବରଗଡ଼ ଜିଲ୍ଲାର ୨୨ ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭାର୍ଚୁଆଲ ମୋଡରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଲୋକାର୍ପିତ କରିଥିଲେ। ଏହି ଅବସରରେ ସୋହେଲା ହାଇସ୍କୁଲ ପଡ଼ିଆରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ଜିଲ୍ଲା ର ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ, ସୋହେଲା ବ୍ଲକ ଲେବଡି ହାଇସ୍କୁଲ ର ଛାତ୍ରୀ ସ୍ମୃତି ରେଖା ସାହୁ ମଞ୍ଚାସୀନ ଥିଲେ। ଅତିଥି ମାନେ ରାଜ୍ୟ ସରକାର ଙ୍କ ୫ଟି ଯୋଜନାରେ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୁପାନ୍ତରିଣରେ ବରଗଡ଼ ଜିଲ୍ଲା ର ୨୨ ଟି ହାଇସ୍କୁଲ କୁ ସାମିଲ କରାଯିବା ଖୁସି ର କଥା। ଏହି ଯୋଜନାରେ ଆସନ୍ତା ଦିନରେ ଅବଶିଷ୍ଟ ସ୍କୁଲ ଗୁଡିକ ମଧ୍ୟ ସାମିଲ କରାଯିବ ବୋଲି କହିଥିଲେ। ଛାତ୍ରୀ ସ୍ମୃତି ରେଖା ସାହୁ ଙ୍କ ସହ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ କଥା ବାର୍ତ୍ତା ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଏହି ରୁପାନ୍ତର ଯୋଜନା ରେ ସ୍କୁଲର ଅତ୍ୟାଧୁନିକ ଶୈଳୀରେ ପାଠପଢ଼ା ହେବାର ବ୍ୟବସ୍ଥା ସହ ପରିବେଶ ମଧ୍ୟ ବିଶେଷ ସ୍ବଚ୍ଛତା ରଖାଯାଏ। ଜିଲ୍ଲା ର ୨୨ ହାଇସ୍କୁଲ ମଧ୍ୟରେ ବରଗଡ଼ ବ୍ଲକ ଓ ସହରାଞ୍ଚଳ ର ୩ଟି, ବରପାଲି ବ୍ଲକ ର ୬ଟି, ଅତାବିରା ର ୩ଟି, ସୋହେଲା ବ୍ଲକ ର ୩ଟି,ଅମ୍ବାଭୋନାର ଗୋଟିଏ, ଭେଡେନ ବ୍ଲକ ର ୨ ଟି, ପାଇକମାଳ ବ୍ଲକ ର ୧, ପଦ୍ମପୁର ର୩ ଟି ଉଚ୍ଚ ବିଦ୍ୟାଳୟ ରହିଛି। ଉକ୍ତ ଲୋକାର୍ପଣ ଉତ୍ସବ ରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ସମେତ ଜିଲ୍ଲା ର ‌ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *