କଳା ପ୍ରତିଭା ଅନ୍ବେଷଣ ସହିତ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ ପାଇଁ ପ୍ରୟାସ

Udaya_Labanya | December 2, 2021 | 22 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କଳାକାରସଂଘ ଓ ଜୀବନଜ୍ୟୋତି କଳା ପରିଷଦ ବାଲିଗୁଡା ବ୍ଲକ କମିଟିର ମିଳିତ ଉଦ୍ୟମରେ ପ୍ରତି ପଞ୍ଚାୟତକୁ ଯାଇ ଗାଁ ମଧ୍ୟରେ ଥିବା କଳା ପ୍ରତିଭା ଅନ୍ବେଷଣ ସହିତ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ କରି କିପରି କଳାକୁ ଜୀବନ୍ତ ଓ ବିକଶିତ, ପ୍ରତିଭା ଚିହ୍ନଟ କରି ଲୋକାଭିମୁଖୀ କରିବା ଏବଂ କଳାକାର ମାନଙ୍କୁ ସମ୍ନାନ ଓ ମୌଳିକ ଅଧିକାର ଯୋଗାଇ ଦିଆଯିବା ନିମନ୍ତେ ଦୃଢ ସଂକଳ୍ପ ବୋଧ ହୋଇ ସଂଗଠନ କାର୍ଯ୍ୟ କରିଆସୁଛି l ଏହି ପରିପ୍ରେକ୍ଷୀରେ ରେବିଙ୍ଗିଆ ଏବଂ ସଲାଗୁଡା ଗ୍ରାମପଞ୍ଚାୟତ ରେ ପ୍ରତିଭା ଅନ୍ବେଷଣ ଓ ପଞ୍ଚାୟତ ସ୍ତରରେ କଳାବିକାଶ କମିଟି ଗଠନ କରାଯାଇଥିଲା l ଏଥିରେ ରେବିଙ୍ଗିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜୁଲତା ମଳିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଚେୟାରମ୍ୟାନ ନନ୍ଦିନୀ ମଳିକ, ସରପଞ୍ଚ ଶ୍ରୀମତୀ ସାହୁ, ଏବଂ ଗ୍ରାମର ଭଦ୍ରବ୍ୟକ୍ତି ଓ ବରିଷ୍ଠ କଳାକାର ମାନେ ଏବଂ ବହୁଳ ସଂଖ୍ୟାରେ କଳାପ୍ରେମୀ ଉପସ୍ଥିତ ଥିଲେ l ସଲାଗୁଡା ଗ୍ରାମପଞ୍ଚାୟତରେ ମଧ୍ୟ ସରପଞ୍ଚ ଦିନମଣୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ଗ୍ରାମର ଅନେକ ବରିଷ୍ଠକଳାକାର ମାନେ ଉପସ୍ଥିତ ରହିଥିଲେ l ଉକ୍ତ ଗ୍ରାମାଞ୍ଚଳର ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଦୁଇଟି ପଞ୍ଚାୟତରେ ଉପଖଣ୍ଡ କଳାକାର ସଂଘ ଓ ଜୀବନ ଜ୍ୟୋତିକଳାର ସଂଘ ଉପସ୍ଥିତ ରହିଥିଲେ l ଉପଖଣ୍ଡ କଳାକାର ସଂଘର ସଭାପତି ପ୍ରଦୀପ କୁମାର ମଲିକ, ଉପସଭାପତି ସୁକଦେବ ନାୟକ, ସୁନୀଲ ନାୟକ ଉପଦେଷ୍ଟା, ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, ସଂଗୀତ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଯୁଗ୍ମସମ୍ପାଦକ ଦେବରାଜ କୈବର୍ତ୍ତ କୋଷାଧକ୍ଷ, ଅରୁଣ ନାୟକ, ବଂଶୀବାଦକ ଓ ମିଉଜିକସନ କାହ୍ନୁଚରଣ ନାୟକ ଜୀବନଜ୍ୟୋତି କଳା ପରିଷଦ ବ୍ଲକ କମିଟି ବାଲିଗୁଡା ତରଫରୁ- ସଭାପତି – ରଜନୀକାନ୍ତ ଦିଗାଲ, ଉପସଭାପତି ହେବଳ ଦିଗାଲ, ସମ୍ପାଦକ- ପରମାନନ୍ଦ ନାୟକ, କୋଷାଧକ୍ଷ – ଖ୍ରୀଷ୍ଟ ଦାସ ଦିଗାଲ, ଉପଦେଷ୍ଟା- ଦିଗସନ ନାୟକ, ଭାନୁନାୟକ, ସୁରେନ୍ଦ୍ର ମଲିକ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories