ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା କୁ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

Udaya_Labanya | December 2, 2021 | 21 views |0 | Breaking News

ଢେଙ୍କାନାଳ(ଉଲାପ୍ର)ବଙ୍ଗୋପସାଗର ରେ ସୃଷ୍ଟି ହେଉଥିବା ଲଘୁଚାପଜନିତ ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧକ୍ଷତାରେ ଭରଚୁଆଲ ମୋଡ଼ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।କଟାଯାଇଥିବା ଧାନକୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ରଖିବାକୁ ବିହିତ ବ୍ୟବସ୍ତା କରିବା ନିମନ୍ତେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ କୃଷିଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।ଚାଷୀମାନେ କରିଥିବା ପନିପରିବା କୁ ଯଥାଶୀଘ୍ର ସଂଗ୍ରହ କରିବାକୁ ମଧ୍ୟ ସୂଚନା ଦେଇଥିଲେ । ବର୍ଷା ଯୋଗୁଁ ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଏହାକୁ କାଟି ଗମନାଗମନ ସୁବିଧା କରିବାକୁ ଅଗ୍ନିସେବା ଅଧିକାରୀଙ୍କୁ କହିଛନ୍ତି ।ଆବଶ୍ୟକ ସ୍ଥଳେ ଚିକିସ୍ଛା ସେବା ଯୋଗାଇଦେବାକୁ CDMO ଙ୍କୁ ନିର୍ଦେଶ ଦେଇଛନ୍ତି ।ତଳିଆ ଅଂଚଳରେ କଚ୍ଚା ଘରେ ବାସ କରୁଥିବା ଲୋକମାନଙ୍କୁ ଆବଶ୍ୟକ ସ୍ଥଳେ ନିକଟସ୍ଥ ଆଶ୍ରୟସ୍ଥଳ /ବିଦ୍ୟାଳକୁ ସ୍ଥାନାଂତରଣ କରି ଚୁଡା,ଗୁଡ ଆଦି ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ।ଆବଶ୍ୟକ ସ୍ଥଳେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ସ୍ଥାନାଂତରଣ କରିବାକୁ CDVO ଙ୍କୁ ନିର୍ଦେଶ କରିଛନ୍ତି । ସମ୍ଭାବ୍ୟ ବର୍ଷ।କୁ ଦୃଷ୍ଟିରେ ରଖି ସମସ୍ତଙ୍କ ଧନ ଜୀବନକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାରର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ ପ୍ରକାଶ କରିଥିଲେ । ପରିଶେଷରେ ଓସଡ଼ମା ର dpo ଶ୍ରୀ ନିମାଇଁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories