୨୦୦୭ କନ୍ଧମାଳ ଦଙ୍ଗା ଘଟଣା : ୧୪ବର୍ଷ ପରେ ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Udaya_Labanya | December 2, 2021 | 20 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବହୁ ଚର୍ଚ୍ଚିତ ୨୦୦୭ କନ୍ଧମାଳ ଦଙ୍ଗା ଘଟଣାର ୫୬ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ପୋଲିସ ଅଭିଯୋଗ ଅନୁଯାୟୀ ସେମାନେ ଦଙ୍ଗା ସମୟରେ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ। ହେଲେ କୋର୍ଟରେ ସମସ୍ତ ଅଭିଯୋଗ ପ୍ରମାଣ ଅଭାବରୁ ଭୁଲ ପ୍ରମାଣିତ ହୋଇଛି। ସେମାନଙ୍କ ବିରୁଦ୍ଧରେ ଦାରିଙ୍ଗବାଡି ଥାନାର କେଶ ନମ୍ବର ୧୨୨/୦୭ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଥିଲା। ତେବେ ଦୀର୍ଘ ୧୪ବର୍ଷ ପରେ ଦାରିଙ୍ଗବାଡି ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟର ବିଚାରପତି ଗଗନ ସାହୁ ଏହି ୫୬ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଓ ୨୦ରୁ ଉର୍ଦ୍ଧ୍ଵ ସାକ୍ଷୀମାନଙ୍କ ବୟାନରେ ତାଳମେଳ ନଥିଲା ବୋଲି କୋର୍ଟ କହିଛି l ଅଭିଯୁକ୍ତ ମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଉମେଶ କର ଏବଂ ମନୋଜ କୁମାର ପଣ୍ଡା କେସ୍ ଲଢୁଥିଲେ। ଏହି ମାମଲାର ରାୟ ଦଙ୍ଗା ଘଟିବାର ୧୪ବର୍ଷ ପରେ ପ୍ରକାଶ ପାଇଛି।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories