କୋଭିଡ କଟକଣା କଠୋର ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ

Udaya_Labanya | December 3, 2021 | 23 views |0 | Breaking News

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କର୍ୟାଳୟ ଅଶ୍ବାନ ସଭାଗୃହରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସମନ୍ବୟ ବୈଠକରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି ଢେଙ୍କାନାଳ ଜିଲ୍ଲାରେ କାରୋନା ସଂକ୍ରମଣ ବଢିବା ପରେ କୋଭିଡ କଟକଣାକୁ ପୁଣିଥରେ କଡାକଡି କରିବାକୁ ନିର୍ଦେଶ । କାରୋନର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତ ଛୁଇଂବା ଓ କାରୋନା ସଂକ୍ରମଣ ବଢିବା ପରେ ତୃତୀୟ ଲହର ଆଶଙ୍କା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଜିଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଛାତ୍ର ଛାତ୍ରୀ ମାନେ କୋଭିଡ ପକେଟିଭ ହେବା ପରେ ଘରୋଇ ଶିକ୍ଷାନୁଷ୍ଠାନ ଉପରେ କଡା କଡି ନଜର ରଖାଯାଇଛି । କଲେଜ ଓ ଆବାସିକ ବିଦ୍ୟାଳୟ ଗୁଡିକରେ ମଧ୍ୟ କୋଭିତ ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଛାତ୍ରାବାସ ଗୁଡିକୁ ସାନିଟାଇଜ କରିବା ସହିତ ଅନ୍ତେବାସୀମାନେ ସର୍ବଦା ମାସ୍କ ବ୍ୟବହାର , ସାମାଜିକ ଦୂରତା ଏବଂ ସାନିଟାଇଜର ବ୍ୟବହାର ଉପରେ ଜିଲ୍ଲାପାଳ ଗୁରୁତ୍ୟାରୋପ କରିଛନ୍ତି । ସର୍ବସାଧାରଣ ସ୍ଥାନ ଗୁଡିକରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖୁବା ପାଇଁ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା , ମାସ୍କ ବ୍ୟବହାର ନକରୁଥିବା ବ୍ୟକ୍ତି ମାନଙ୍କ ଠାରୁ ଜୋରିମାନ ଆଦାୟ କରିବା ସହିତ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ତ୍ବରନିତ୍ୟ କରିବାକୁ ପୋଲିସ ବିଭାଗ ଓ ଏନଫୋର୍ସମେଣ୍ଟ ଦଳ ଗୁଡିକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ବ୍ୟବସାୟ ପ୍ରତିଷ୍ଠାନ ଓ ମଳ ମାନଙ୍କରେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା ଏବଂ କୋଭିତ ନିୟମ ପାଳନ କରିବାକୁ ଗୁରୁତ୍ବ ଦେଇଛନ୍ତି ଏବଂ ଦୋକାନୀ ଓ ଗ୍ରାହକ ମାସ୍କ ପରିଧାନ , ସାମାଜିକ ଦୂରତା ବଜାୟ ନରଖି ଦୋକାନ ସିଲ କରିବାକୁ ନିର୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ସଚେତନତା ପାଇଁ ଡାକବାଜି ଯନ୍ତ୍ର ଯୋଗେ ଦିନକୁ ଦୁଇଥର ପ୍ରଚାର କରି କୋଭିଡ ନିୟମ ପାଳନ ପାଇଁ ଅଧିକ ସଚେତନ କରାଇବାକୁ ବି . ଡି . ଓ . ଏବଂ ପୌର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ କୋଭିତ ସଂକ୍ରମଣ ବଢୁଥିବାରୁ ମେଳା , ସାଂସ୍କୃତିକ କାର୍ଯକ୍ରମ ବନ୍ଦ ରଖିବା ସହିତ ବିବାହ ବ୍ରତ ଆଦି କାର୍ଯ୍ୟକ୍ରମ ଗୁଡିକରେ ୧୦୦ ଲୋକ ମଧ୍ୟରେ ସୀମିତ ରଖୁବା ପାଇଁ ଏବଂ ଜିଲ୍ଲାରେ ରାତ୍ରିକାଳୀନ କରଫ୍ୟୁକୁ କଡାକଡି କରିବାକୁ ପୋଲିସି ପ୍ରଶାସନକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ଏହି ଅବସରରେ ଆଜି ଅପରାହ୍ନରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର କର୍ମ କର୍ତାଙ୍କ ସହିତ କୋଭିତ କଟକଣା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା , କୌଣସି ଛାତ୍ର ଛାତ୍ରୀଙ୍କ ଦେହ ଖରାପ ହେଲେ ତୁରନ୍ତ ପ୍ରଶାସନକୁ ଅବଗତକରାଇବାକୁ ଓ ହଷ୍ଟେଲ ଗୁଡିକୁ ସାନିଟାଇଜ କରାଇବା ଏବଂ କୋଭିଡ ନିୟମ ପାଳନ କରିବାକୁ ଶିକ୍ଷାନୁଷ୍ଠାନ ମାନଙ୍କୁ ନିର୍ଦେଶ ଦେଇଛନ୍ତି ଓ ଏଥିରେ ବ୍ୟତିକ୍ରମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାଇଁ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । – ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ଶିଶୁରଞ୍ଜନ ମହାପାତ୍ର , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରଣୀ ଧଳ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ସୁଜାତା ରାଣୀ ମିଶ୍ର , ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ବେହେରା , ଭାରପ୍ରାପ୍ତ ଟାଉନ ଥାନା ଅଧିକାରୀ ଶ୍ରୀ ସୌଭାଗ୍ୟ କୁମାର ସ୍ବାଇଁ , ଭାରପ୍ରାପ୍ତ ସଦର ଥାନା ଅଧିକାରୀ ଶ୍ରୀ ଅଭିନବ ଡାଳୁଆ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ଆପତ କାଳୀନ ଅଧିକାରୀ , ଡି.ପି.ଏମ. ସୋନାଲୀ ପ୍ରିୟଦର୍ଶନୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନର କର୍ମକର୍ତା ଉପସ୍ଥିତ ଥିଲେ ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories