ଖରିଫ୍ ଧାନ ସଂଗ୍ରହ ମାର୍କେଟ ୟାର୍ଡ ଗୁଡିକ ବୁଲି ଦେଖିଲେ ଜିଲ୍ଲାପାଳ

Udaya_Labanya | December 3, 2021 | 14 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ର ଖରିଫ୍ ଧାନ ସଂଗ୍ରହ କିପରି ଚାଲିଛି ତାହାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ବିଭିନ୍ନ ମାର୍କେଟ ୟାର୍ଡ ଗୁଡିକ ଜିଲ୍ଲାପାଳ ମନୀଷା ବାନାର୍ଜୀ ବୁଲି ଦେଖିଥିଲେ। ଜିଲ୍ଲାପାଳ ମନୀଷା ବାନାର୍ଜୀ ଗୁଡେଶିରା ମୁଣ୍ଡିକୁ ପରିଦର୍ଶନ କରିବା ସହ ସେଠାରେ କର୍ମଚାରୀ ମାନେ କିପରି ଭାବରେ ସରକାରୀ କାର୍ଯ୍ୟ କରୁଛନ୍ତି କାଗଜ ପତ୍ର ତନଖି କରିଥିଲେ। ସେହିପରି ଗୋଦାମରେ ଗଚ୍ଛିତ ଥିବା ଧାନ ବ୍ୟବସ୍ଥିତ ଭାବେ ରଖାଯାଇଛି କି ନାହିଁ ଦେଖିଥିଲେ। ପରେ ଗଚ୍ଛିତ ଥିବା ଧାନ ନିୟମ ମୁତାବକ କିପରି ଉଠାଣ ହେବ ଉପସ୍ଥିତ ମିଲର୍ସଙ୍କୁ ପରାମର୍ଶ ଦେଇଥିଲେ। ପରେ ବେହେରା, ବରପାଲି ମାର୍କେଟ ୟାର୍ଡ ଗୁଡିକ ପରିଦର୍ଶନ କରିଥିଲେ। ରେମତା ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଧାନ ସଂଗ୍ରହ କେନ୍ଦ୍ର କୁ ବୁଲି ଦେଖିବା ସହ ଉପସ୍ଥିତ ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କ ସହ ଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ତାଙ୍କ ସହ ବରଗଡ଼ ସହକାରୀ ଯୋଗାଣ ଅଧିକାରୀ ସ°ଯୁଲତା ପ୍ରଧାନ ନିୟନ୍ତ୍ରିତ ବଜାର କମିଟି, ବରଗଡ଼ ର ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories