ବିଏ ପ୍ରଥମ ସେମିଷ୍ଟାରରେ ଇମ୍ପେରିଆଲ କଲେଜର ଛାତ୍ରୀ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଟପ୍ପର

Udaya_Labanya | December 3, 2021 | 33 views |0 | Breaking News


ବରଗଡ଼ :-(ସତ୍ୟ ନାରାୟଣ ପ୍ରଧାନ) ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଵିଏ ସ୍ନାତକ ଶିକ୍ଷା ସମ୍ମାନ ପରୀକ୍ଷାରେ ପ୍ରଥମ ସେମିଷ୍ଟାରରେ ଇମ୍ପେରିଆଲ କଲେଜର ତିନି ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ଜଣରେ ସ୍ଥାନ ପାଇଛନ୍ତି। ପ୍ରଥମ ସ୍ଥାନରେ ମାନସ୍ୱନି ମିଶ୍ର ୧୦.୦୦ ଏସଜିପିଏ ,ଅଷ୍ଟମ ସ୍ଥାନରେ ଦିପ୍ତିରେଖା ସାହୁ ୯.୨୭ ଏସଜିପିଏ ଏବଂ ନୈନା ପ୍ରଧାନ ୯.୧୮ ଏସଜିପିଏ ସହ ନବମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଏ ସ୍ନାତକ ରାଜନୀତି ବିଜ୍ଞାନ ସମ୍ମାନ ପ୍ରଥମ ସେମିଷ୍ଟାର ପରୀକ୍ଷାରେ ମଧ୍ୟ ତିନି ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ଷଷ୍ଠ ସ୍ଥାନରେ ଟିଟୁ କୁମାର ମୁନା ୯.୪୫ ଏସଜିପିଏ , ଅଷ୍ଟମ ସ୍ଥାନରେ ପୂଜାରାଣୀ ମଲ୍ଲିକ ୯.୨୭ ଏସଜିପିଏ ଏବଂ ଦେବାଶିଷ ଭୋଇ ୯.୧୮ ଏସଜିପିଏ ସହ ନବମ ସ୍ଥାନରେ ରହିଛନ୍ତି। ଏହି ସଫଳତା ପାଇଁ କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ୍ ଏବଂ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories