#Breaking News

ଷଡଙ୍ଗୀ ସ୍କୁଲରେ ସ୍ଵଛତା ପକ୍ଷ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସ୍ବଚ୍ଛତା ପକ୍ଷ ପାଳନ ଅବସରରେ ଷଷ୍ଠ ଦିବସ ରେ ଇକୋ କ୍ଲବ୍ ତରଫରୁ ଶୋଭାଯାତ୍ରା କୋଭିଡ ପ୍ରୋଟୋକଲ ଅନୁଯାୟୀ ଆଜି ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଶୋଭାଯାତ୍ରା ପୂର୍ବରୁ ଜଳ ହିଁ ଜୀବନ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଠର ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟ କ୍ରମରେ ଶିକ୍ଷକ ବିମଳ କିଶୋର ବିହାରୀ, ବିଜୟ କୁମାର ବରାଳ ଅଜିତ କୁମାର ରାଉତ, ଶିକ୍ଷୟିତ୍ରୀ ହିରଣ୍ଯ ମୟୀ ପଣ୍ଡା ସର୍ମିଷ୍ଠା ବେହେରା ସସ୍ମିତା ମହାନ୍ତି ଓ ମଧୁମିତା ପ୍ରଧାନ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *