ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଢେଙ୍କାନାଳ ଜିଲ୍ଲା ପରିଦର୍ଶନ

Udaya_Labanya | December 13, 2021 | 25 views |0 | Breaking News

:ଢେଙ୍କାନାଳ (ଉଲାପ୍ର)ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଢେଙ୍କାନାଳ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି । ସ୍ଥାନୀୟ ସର୍କିଟ ହାଉସଠାରେ ରାଜସ୍ବ କମିଶନରଙ୍କୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ଵାଗତ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରାଜସ୍ବ କମିଶନର , ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ରାଜସ୍ବ , ତାଉଜି , ଜମି ଅଧୁଗ୍ରହଣ , ନିଜାରତ , ଆପତକାଳୀନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ , ବେସାମରିକ ଯୋଗାଣ , ସମାଜ ମଙ୍ଗଳ , ଜିଲ୍ଲା ପଞ୍ଚାୟତ , କୁଡିସିଆଲ , ସଂସ୍ଥା ବିଭାଗ ଆଦିର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରି ଆଲୋଚନା କରିଛନ୍ତି । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜସ୍ବ କମିଶନର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories