ଗଣମାଧ୍ୟମ କୁ ହାତୀଦାନ୍ତ ଦେଖାଇବା ପାଇଁ ଆଠଗଡ ଡିଏଫଓ ଡରୁଛନ୍ତି କାହିଁକି,ସାରୁ ଭିତରେ ମାରୁ ଅଛିକି !

Udaya_Labanya | December 13, 2021 | 59 views |0 | Breaking News

ଆଠଗଡ(ଉଲାପ୍ର)ହାତୀଦାନ୍ତ ଗଣମାଧ୍ୟମ ଆଗରେ ଦେଖାଇବା ପାଇଁ ଦାବି କରିଥିଲା ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ,ଆଠଗଡ ଉପଜିଲାପାଳ ଙ୍କ କଥା ମାନି ସାମ୍ବାଦିକ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥଲେ,ଉପଜିଲାପାଳ ଙ୍କ କାର୍ଯ୍ୟଳୟ ରେ ଆଠଗଡ ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଆସି ଆଲୋଚନା କରିଥିଲେ,ହେଲେ ଏହି ଆଲୋଚନା ଫଳପ୍ରଦ ହୋଇନାହିଁ,ଡିଏଫଓ ହାତୀଦାନ୍ତ ଗଣମାଧ୍ୟମ କୁ ଦେଖାଇବା ପାଇଁ ଜମାରୁ ରାଜି ହେଉନାହାନ୍ତି,ଏଥିରୁ ଜଣାପଡୁଛି ସାରୁ ଭିତରେ ମାରୁ ରହିଛି,କିଛି ତ ଅଛି,ତଥାବି ଡିଏଫଓ ପନ୍ଦର ଦିନ ସମୟ ନେଇଛନ୍ତି ଉଚ୍ଚ ପଦସ୍ଥ ବନ ଅଧିକାରୀଙ୍କ ସହିତ ଆଲୋଚନା କରି ଜଣେଇବେ,ଗଣମାଧ୍ୟମ କୁ ଲାଗୁନି ସତରେ ଆଠଗଡ ରେଞ୍ଜର ଙ୍କ ଠାରୁ ଜବତ ହୋଇଥିବା ଦାନ୍ତ ହାତୀଦାନ୍ତ ନା ଅନ୍ୟ କିଛି,ରାଜନୈତିକ ବିରୋଧୀ ଦଳ ନେତାମାନେ ତୁରନ୍ତ ଏହା ଉପରେ ହସ୍ତକ୍ଷେପ କରନ୍ତୁ,ଏକ ପ୍ରଚଣ୍ଡ ସତ ଲୋକ ଲୋଚନକୁ ଆସୁ,ନହେଲେ ଏହି ସତ୍ୟ ସତ୍ୟରେ ରହିଯିବ।ତଥାବି ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ କୁ ଯଦି ହାତୀଦାନ୍ତ ଦେଖାନଯାଏ ପନ୍ଦର ଦିନ ପରେ ପୁନର୍ବାର ସଙ୍ଘ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories