ଜବତ ହାତୀଦାନ୍ତ ଗଲା କୁଆଡେ,ସନ୍ଦେହ ଘେରରେ ଆଠଗଡ ଡିଏଫଓ,ଗଣମାଧ୍ୟମ ଆଗରେ ହାତୀଦାନ୍ତ ପ୍ରଦର୍ଶନ ପାଇଁ ସାମ୍ବାଦିକ ସଙ୍ଘର ଗଣଧାରଣା

Udaya_Labanya | December 13, 2021 | 174 views |0 | Breaking News

ଆଠଗଡ( ଉଲାପ୍ର)ଆଠଗଡ ବନଖଣ୍ଡ ସୁବାସୀ ସଂରକ୍ଷିତ ଜଙ୍ଗଲରୁ ଜବତ ହାତୀଦାନ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିବାକୁ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଦାବିକରିଛି,ସାମ୍ବାଦିକ ସଙ୍ଘ ତରଫରୁ ଆଠଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଥିଲା,ହାତୀଦାନ୍ତକୁ ଗଣମାଧ୍ୟମ ଆଗରେ ପ୍ରଦର୍ଶନ ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସାମ୍ବାଦିକ ମାନେ ପ୍ରକାଶ କରିଛନ୍ତି।ଗତ ୧୪ ମାସ ତଳେ ତରବରିଆ ଭାବରେ ଲୁଚାଇ ଛପାଇ ପୋତି ଦିଆଯାଇଥିଲା ହାତୀ ଟିକୁ।ସୋସିଆଲ ମିଡିଆରେ ପୋତିଦେବାର ଭିଡିଓ ଭାଇରାଲ ହେବାପରେ ତଦନ୍ତ କରାଯାଇଥିଲା ଓ ଆଠଗଡ ରେଞ୍ଜର ଆୟାଶା ଅଖତାର ନିଶାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା।ତେବେ ହାତୀଦାନ୍ତ ଙ୍କୁ ଗଣମାଧ୍ୟମ ଆଢୁଆଳରେ କାହିଁକି ରଖାଯାଉଛି ।ସେହି ହାତୀଦାନ୍ତ ପ୍ରକୃତରେ କଣ ହାତୀର ନା ଅଲଗା କାହାର ଦାନ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି ଆଠଗଡ ର ସର୍ବସାଧାରଣ ଯାହାକୁ ନେଇ

ସାମ୍ବାଦିକ ସଂଘ ଆଜି ବନଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘର ସଭାପତି ସଚିଦାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ସମ୍ପାଦକ ସନ୍ତୋଷ ବାରିକ,କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି,ଉପସଭାପତି ସର୍ବେଶ୍ୱର ପଣ୍ଡା,ଜିଲା ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ,ବିଜୟ ନାୟକ,ଏନ ଦେବ କୁମାର,ବଟକୃଷ୍ଣ ପ୍ରଧାନ,ନବକିଶୋର ପଣ୍ଡା,ରଜନୀ ଜେନା,ମହେଶ ଦାସ ପ୍ରମୁଖ ଗଣଧାରଣା ରେ ବସିଥିଲେ।ଏହି ଗଣଧାରଣାକୁ ଆଠଗଡ ବିଜେପି ବିଧାୟକ ପାର୍ଥୀ ବ୍ରଜେନ୍ଦ୍ର ରାୟ ନୈତିକ ସମର୍ଥନ କରିବା ସହିତ ଆଗକୁ ଏହି ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି,ଯଦି ହାତୀଦାନ୍ତକୁ ସର୍ବସାଧାରଣଙ୍କ ଆଗରେ ପ୍ରକାଶ ନକରନ୍ତି ତେବେ ଆଗକୁ ବିଜେପି ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି,ଅପରାହ୍ନରେ ଆଠଗଡ ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁଙ୍କ ଅନୁରୋଧ କ୍ରମେ ଆନ୍ଦୋଳନ ରତ ସାମ୍ବାଦିକମାନେ ଉପଜିଲାପାଳ ଙ୍କ ଅଫିସ କୁ ଯାଇ ଡିଏଫଓଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ,ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ପନ୍ଦର ଦିନ ମଧ୍ୟରେ ବନବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହିତ ଆଲୋଚନା କରାଯାଇ ସାମ୍ବାଦିକ ମାନଙ୍କୁ ହାତୀଦାନ୍ତ ଦେଖାଯିବ ବୋଲି କହିବା ପରେ ଆନ୍ଦୋଳନ ସ୍ଥଗିତ ରହିଛି,ଯଦି ଆଠଗଡ ଡିଏଫଓ ହାତୀଦାନ୍ତ ପ୍ରଦର୍ଶନ କରିବାରେ ବିଫଳ ହୁଅନ୍ତି ତେବେ ପୁନର୍ବାର ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଧାରଣାକୁ ଓଲ୍ହାଇବ ବୋଲି ନିଷ୍ପତ୍ତି ନେଇଛି।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories