ମୁଖ୍ୟମନ୍ତ୍ରୀ ଙ୍କ କଟକ ଗସ୍ତକୁ ବିଜେପିର ବିରୋଧ,କଳାପତାକା ପ୍ରଦର୍ଶନ

Udaya_Labanya | December 13, 2021 | 32 views |0 | Breaking News

କଟକ (ଉଲାପ୍ର)ବିଜେପିର ଶତାଧିକ କାର୍ଯ୍ୟକର୍ତା ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିରୋଧ କରି ବିଭିନ୍ନ ସ୍ଥାନରେ କଳା ପତାକା ଦେଖାଇ ଗିରଫ ହୋଇଥିଲେ। ମମିତାଙ୍କୁ ନ୍ୟାୟ,ସମ୍ପୃକ୍ତ ମନ୍ତ୍ରୀଙ୍କୁ ଗିରଫ ନକରିବା ଓ କଟକ ସହରର ବିକାଶରେ ରାଜ୍ୟ ସରକାର ଙ୍କ ଘୋର ଅବହେଳା ଓ ଭ୍ରଷ୍ଟାଚାର ପ୍ରତିବାଦରେ କାର୍ଯ୍ୟକର୍ତା ମାନେ ସମାଜ ଅଫିସ,ଚଣ୍ଡୀ ମନ୍ଦିର,କ୍ୟାଣ୍ଟନମେଣ୍ଟ,ରିଂ ରୋଡ଼,ଯୋବ୍ରା,ପୁରିଘାଟ,ଦରଘା ବଜ଼ାର ଓ ଷ୍ଟାଡିୟମ ଅଞ୍ଚଳରୁ ନବୀନ ବାବୁଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଗିରଫ ହୋଇଥିଲେ। ନିର୍ବାଚନ ସମୟରେ ସ୍ୱାସ୍ଥ୍ୟ କାର୍ଡ ଭେଳିକି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପ୍ରହସନଙ୍କ ନେତୃବୃନ୍ଦ ଘୋର ବିରୋଧ କରିଥିଲେ।ଏଥିରେ ସର୍ଵଶ୍ରୀ ସିକନ୍ଦର ଅଲ୍ଲି, ଶ୍ରୀମତୀ ରଶ୍ମିରେଖା ଦାସ,ଦେବାଶିଷ ରାୟ,ଜୟକୃଷ୍ଣ ସ୍ବାଇଁ,ସବ୍ୟସାଚୀ ମହାପାତ୍ର, ଦେବାଶିଷ ଘୋଷ,ଲଲାଟେନ୍ଦୁ ଦାସ,ସତ୍ୟବ୍ରତ ମିଶ୍ର,ମହମ୍ମଦ ସବିର,ଅମ୍ବିକା ସାମଲ,ସ୍ମୃତିରଞ୍ଜନ ମିଶ୍ର,ବିକାଶ ବେହେରା,ରଂଜିତା ନାଏକ,ପୁଷ୍ପିତା ମହାପାତ୍ର, ପୌରନବାସୀ ମହାପାତ୍ର, ଶିବେଶ ମିଶ୍ର,ସଦାନନ୍ଦ ବିଶ୍ୱାଳ,ଜୀବନଜ୍ୟୋତି ଦାସ,ସୁରେଶ ମହାନ୍ତି,ସ୍ୱାଧୀନ ମହାନ୍ତି,କ୍ଷିତିଶ ବେହେରା,କ୍ଷିତିଶ ଜଗତି,ଶରତ ଭୋଳ,ଦେବାନନ୍ଦ ସିଂ,କାଳୀପ୍ରସାଦ ମହାନ୍ତି, ପୂର୍ଣ ଭଞ୍ଜ,ଶାଶ୍ୱତ ନାଏକ,ସୁଶୀଲ ନାଏକ,ସତ୍ୟଜିତ ବାରିକ,ଶେଖ ଚିକୁ,ମୁସ୍ତାକିମ,ମହମ୍ମଦ ଆୟୁବ,ବେବି ବେହେରା,ତପନ ଲେଙ୍କା,ଶ୍ରୀନିବାସ ରେଡି,ସୁରେଶ ଜେନା,ରାଜେନ୍ଦ୍ର ପ୍ରସାଦ,ଅଭିଷେକ ଦାସ ପ୍ରଭୃତି ନେତୃତ୍ୱ ନେଇଥିଲେ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 8 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 18 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories