ଦାରିଙ୍ଗବାଡି ରେ ଇକୋ ରିଟ୍ରିଟ ଉଦ୍‌ଘାଟିତ, ପ୍ରକୃତି କୋଳରେ ନିଜକୁ ହଜାଇଦେବେ ପର୍ଯ୍ୟଟକ

Udaya_Labanya | December 15, 2021 | 59 views |0 | Breaking News


ଫୁଲବାଣୀ( ସୁନୀଲ ପଟନାୟକ)
ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫କଟେଜ ବିଶିଷ୍ଟ ଇକୋ ରିଟ୍ରିଟ ବୁଧବାର ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ଯମରେ ଏହାକୁ ଉଦ୍‌ଘାଟନ କରିଛନ୍ତି।
ଗତ ବର୍ଷ ପର୍ଯ୍ୟଟକଙ୍କ ଆଦୃତି ପାଇବା ଫଳରେ ଏବର୍ଷ ରାଜ୍ୟ ସରକାର ପୁଣି ଥରେ ଦାରିଙ୍ଗବାଡିଠାରେ ପର୍ଯ୍ୟଟକଙ୍କ ପାଇଁ ଇକୋରି ଟ୍ରିଟ ଆରମ୍ଭ କରିଛନ୍ତି।
ଆଜି ଠାରୁ ପର୍ଯ୍ୟଟକମାନେ ଅନ୍ ଲାଇନ ମାଧ୍ୟମରେ ବୁକିଙ୍ଗ କରି ରହିବେ।
ଏହା ମାର୍ଚ୍ଚ ୧୫ ଯାଏ ଖୋଲା ରହିବ।
ବଣ ପାହାଡ଼ ଘେରା ଦାରିଙ୍ଗବାଡିର ମନଲୋଭା ପରିବେଶ, ଶୀତଳ ଜଳବାୟୁମନ ଭରି ଉପଭୋଗ କରିବେ ପର୍ଯ୍ୟଟକ । ପ୍ରକୃତିର ସୌନ୍ଦର୍ଯ୍ୟକୁ ନିଜକୁ ଏକ କାର କରିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
. ଟେଣ୍ଟ ରେ ପର୍ଯ୍ୟଟକମାନଙ୍କ ସୁରକ୍ଷିତ ରହିବା ବ୍ୟବସ୍ଥା ସହ ଖେଳ ସହିତ ଭଳିକି ଭଳି ଦେଶୀ ବିଦେଶୀ ଖାଦ୍ୟ, ଓ ମନୋରଂଜନ ପାଇଁ ଭରପୁର ବ୍ୟବସ୍ଥା ରହିଛି । ଏଣୁ ଦାରିଙ୍ଗବାଡି ଆସନ୍ତୁ, ପ୍ରକୃତିର ମଜା ନିଅନ୍ତୁ ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories