ଫୁଲବାଣୀ ସରକାରୀ ମହାବିଦ୍ୟାଳୟ ରେ ଛାତ୍ର ଅଶାନ୍ତି. ଅଫ ଲାଇନ ବଦଳ ରେ ଅନ ଲାଇନ ପରୀକ୍ଷା ଦାବୀ କରି ଆନ୍ଦୋଳନ

Udaya_Labanya | December 15, 2021 | 99 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଅଫଲାଇନ ପରୀକ୍ଷା ବଦଳରେ ଅନଲାଇନ ପରୀକ୍ଷା କରିବାକୁ ଦାବିକରି କଲେଜ ଛାତ୍ର ଛାତ୍ରୀଙ୍କ କଲେଜ ଗେଟ ରେ ତାଲାପକାଇ ବିକ୍ଷୋଭ ପଦର୍ଶନ। ସରକାରଙ୍କ ନିର୍ଦେଶ ଅନୁଯାଇ ସବୁ କଲେଜ ରେ ଅନଲାଇନ ରେ ପରୀକ୍ଷା ଶେଷ ହୋଇଥିବା ବେଳେ ଫୁଲବାଣୀ ଅଟୋନମସ କଲେଜରେ ପରୀକ୍ଷା ହୋଇପାରିନାହିଁ । ଡିସେମ୍ବର 1ରେ ଏକ ଇଣ୍ଟରନାଲ ପରୀକ୍ଷା ଅଫଳାଇନ ରେ ପରୀକ୍ଷା ଦେଇଛୁ, ଏବେ 10 ଦିନ ମଧ୍ୟରେ କିପରି ଦ୍ୱିତୀୟ, ତୃତୀୟ ସେମିଷ୍ଟର ପରୀକ୍ଷା କିପରି ଦେବୁ ବୋଲି ଛାତ୍ର ଛାତ୍ରୀ ପ୍ରଶ୍ନ କରିଛନ୍ତି। ପ୍ରିନ୍ସପାଲ ଅନଲାଇନ ବଦଳରେ ଅଫଳାଇନ ରେ ପରୀକ୍ଷା ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ର ଛାତ୍ରୀ। ଯେ ପର୍ଯ୍ୟନ୍ତ
କଲେଜେ କତୃପକ୍ଷ ଅନଲାଇନ ରେ ପରୀକ୍ଷା ଘୋଷଣା ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମେ ପରୀକ୍ଷା ଦେବୁନାହିଁ ବୋଲି ଛାତ୍ର ଛାତ୍ରୀ ରୋକ ଠୋକ କହିଛନ୍ତି। ଏହା ଆଗରୁ ଦୁଇ ଦୁଇ ଥର ଆନ୍ଦୋଳନ କରିଆସୁଥିଲେ ମଧ୍ୟ କଲେଜ କତ୍ତୃପକ୍ଷ କିଛି ଶୁଣୁ ନ ଥିବା କହିଛନ୍ତି ଛାତ୍ର ଛାତ୍ରୀ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories