#Breaking News

ଅନ୍ତରଙ୍ଗ ଯୁବ ମହୋତ୍ସବ ପାଳିତ

ଫୁଲବାଣୀ(ସୁନୀଲ ପଟନାୟକ )ଶୁକ୍ରବାର ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ରେ ଅନ୍ତରଙ୍ଗ ଯୁବ ମହୋତ୍ସବ ପାଳିତ ହୋଇଥିଲା lବିଶେଷ କରି କନ୍ଧମାଳ ଦଙ୍ଗା ପରେ ଅନ୍ତରଙ୍ଗ ର ଆବିର୍ଭାବ ହୋଇଥିଲା!ଶତାଧିକ ଯୁବକ ଯୁବତୀଙ୍କୁ ଧରି ଦଙ୍ଗା ପରବର୍ତୀ ଥଇ ଥାନ ଓ ଭାଇ ଚାରା କୁ ପୁନଃ ପ୍ରତିଷ୍ଠା କରିବା ଲାଗି ପ୍ରୟାସ ହିଁ ଏହି ସଂଗଠନ ର ଉଦେଶ୍ୟ ଓ ଲକ୍ଷ ଥିଲା, ଏବେ ପରିସ୍ଥିତି ସ୍ୱାଭିବିକ! କନ୍ଧମାଳର ଅଗ୍ରଣୀ ସ୍ବେଛାସେବୀ ସଂଗ ଠନ ଜାଗୃତି ର ମୁଖ୍ୟ କୈଳାଶ ଦଣ୍ଡପାଟ ଅନ୍ତରଙ୍ଗ କୁ ଏକ ନୂଆ ଦିଶା ଦେଇଛନ୍ତି!ବିଭିନ୍ନ କ୍ଷେତ୍ରରେ କାମ କରଥିବା ଅନରଙ୍ଗ ର ଯୁବକ ଯୁବତୀ ଅବହେଳିତ, ଦଳିତ, ନିଷ୍ପେସିତ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ ଚଳାଇଛନ୍ତି! ବିଶେଷକରି ଗତ ଦୁଇବର୍ଷ ଧରି କରୋନା ସମୟରେ ଉଲ୍ଲେଖ ନୀୟ ଯୋଗଦାନ ଦେଇଛନ୍ତି!କରୋନା ସଚେତନତା କରିବା ସହ ନିଜେ ମାସ୍କ ତିଆରି ଲୋକଙ୍କୁ ଦେବା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଅନ୍ତରଂଗ l କରୋନା ସମୟରେ ସ୍କୁଲ ବନ୍ଦ ରହିଥିବା ବେଳେ ପିଲାମାନଙ୍କୁ ମାଗଣାରେ କୋଭିଡ ଗାଇଡ଼ ଲାଇନ କୁ ଅନୁସରଣ କରି ଶିକ୍ଷା ଦାନ କରିଛନ୍ତି!ଗ୍ରାମାଞ୍ଚଳରେ ଯୁବତୀମାନେ ଶିଶୁ କ୍ଲବ ଗଠନ କରି ଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସହ ସହାୟତା ପ୍ରଦାନକରିଥିଲେ!କରୋନା ସମୟରେ ରୋଗୀ ମାନଙ୍କୁ ଯୁବକ ମାନେ ରକ୍ତଦାନ କରିଥିଲେ!ଉଲ୍ଲେଖନୀୟ ସେବା ଯୋଗାଇଥିବା ଯୁବକଯୁବତୀଙ୍କୁ ପୁରସ୍କୃତ କରାଯାଇଥିଲା!ଦାରିଙ୍ଗବାଡିର ସୁଲଚନା ପ୍ରଧାନ, ଫିରିଙ୍ଗିଆ ର ଅନୁରାଧା କଂହର,ଖଜୁରୀପଡା ର କାଜଲ ବେହେରା, ଚକାପାଦର ବନ୍ଧେ କଂହର, ଫୁଲବାଣୀ ର ରଶ୍ମିତା ମଲିକ ସମେତ 20ଜଣ ଯୁବକ ଯୁବତୀଙ୍କୁ ମାନପତ୍ର, ଉତ୍ତରୀୟ ଓ ଟ୍ରଫି ପ୍ରଦାନକରାଯାଇ ସମ୍ମାନୀତ କରାଯାଇଥିଲା!
ଏହି ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା!ମହୋତ୍ସବ ରେ କୈଳାଶ ଚନ୍ଦ୍ର ଦଣ୍ଡପାଟ ମୁଖ୍ୟ ଅତିଥି, ପ୍ରଦାତା ର ମୁଖ୍ୟ ପ୍ରଦୀପଦାସ, ଅଶୋକ ପରିଡା ପି ଏ ଜି ଆବାହକ, ବାଲ୍ୟ ବିବା ହ ବନ୍ଦ ଅଭିଯାନର ମୁଖ୍ୟରଶ୍ମିତା ବଗର୍ତି, ଅନ୍ତରଙ୍ଗର ସଭାପତି ଦିଲୀପ କୁମାର ସାହୁ ସମାନ୍ନୀତ ଅତିଥି ଭାବେ ଯୋଗ ଦେଇଥିଲେ! ସମ୍ପାଦକ ହୃଷିକେଶ ପ୍ରଧାନ ବିବରଣୀ ପାଠ କରିଥିଲେ!ସେହିପରି ମିଡ଼ିଆ ଫୋରମ ର ସଭାପତି ସୁନୀଲ କୁମାର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ବାଲକୃଷ୍ଣ ଚର୍ଚ୍ଚି, କେ ଡି ଜେ ଏ ର ଉପସଭାପତି ସନ୍ତୋଷ କୁମାର ଡିଗଲ, ପ୍ରଶାନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେl

Leave a comment

Your email address will not be published. Required fields are marked *