ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ ଉଦଯାପିତ। ଫାଇନାଲ ମ୍ୟାଚ୍ ଟାଏ। ବିକାଶ କ୍ରିକେଟ କ୍ଲବ ଓ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ଯୁଗ୍ମ ବିଜେତା ଘୋଷିତ

Udaya_Labanya | December 18, 2021 | 26 views |0 | Breaking News


ବରଗଡ : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଠାରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ ଭିଜନ ୨୦-୨୪ ରେ କ୍ରିକେଟ ର ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ବରଗଡ ବିକାଶ କ୍ରିକେଟ କ୍ଲବ ଓ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥଲା। ଏଥିରେ ଉଭୟ ଦଳ ସମାନ ସଂଖ୍ୟକ ରନ୍ କରିବାରେ ସଫଳ ହେବାରୁ ଉଭୟ ଦଳ କୁ ପ୍ରତିଯୋଗିତା ର ଯୁଗ୍ମ ବିଜେତା ଘୋଷିତ କରାଯାଇଥିଲା।
ଆଜି ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆର୍ୟମାନ ମିଶ୍ର ଙ୍କ ୬୬ ରନ, ପ୍ରବୀଣ ଲୁହା ଙ୍କ ୨୭ ରନ, ମହମ୍ମଦ ସଲିମ ଙ୍କ ୧୭ ରନ ଫଳରେ ଦଳ ୩୪.୨ ଓଭର ରେ ୧୪୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା ।ବିକାଶ ପକ୍ଷରୁ ନିଖିଲ ପାଢ଼ୀ ୩୧/୪, ପ୍ରିତମ ଜେନା ୩୧/୩, ନିହାର ରଞ୍ଜନ ବେହେରା ୩୦/୨ ଓ ରାହୁଲ୍ ଚୌଧୁରୀ ୩୨/୧ ୱିକେଟ ନେଇଥିଲେ। ଜବାବ ରେ ବିକାଶ ଦଳ ବ୍ୟାଟିଂ କରି ରାହୁଲ ଚୌଧୁରୀ ଙ୍କ ୫୧ ରନ,ନିଖିଲ ପାଢ଼ୀ ଙ୍କ ୩୬ ରନ ,ରାକେଶ ରଞ୍ଜନ କିଶାନ୍ ଙ୍କ ୧୫ ରନ ଫଳରେ ଦଳ ୪୧.୨ ଓଭର ରେ ସମାନ ସଂଖ୍ୟକ ୧୪୫ ରନ କରି ଅଲ୍ ଆଉଟ୍ ହୋଇ ଯିବାରୁ ମ୍ୟାଚ୍ ଟାଇ ରେ ସମାପ୍ତ ହୋଇଥିଲା। ପ୍ରତିପକ୍ଷ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ପକ୍ଷରୁ ରୂପକ ପ୍ରଧାନ ୨୪/୪,ସୁମିତ ରାଏ ୫୧/୩,ମହମ୍ମଦ ସଲିମ ୧୧/୨,ଦେବେନ୍ଦ୍ର କୁଁଅର୍ ୨୬/୧ ୱିକେଟ ନେଇଥିଲେ। ଉଭୟ ଦଳ କୁ ଚଳିତ ବର୍ଷ ପାଇଁ ଯୁଗ୍ମ ବିଜେତା ଘୋଷିତ କରାଯାଇଥିଲା ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ଆଜିର ଖେଳ ପରିଚାଳନା କରିଥିଲେ ସଞ୍ଜୟ ନାୟକ ଓ ପ୍ରଦୀପ କୁମାର ଦାଶ। ଅନ ଲାଇନ ସ୍କୋରର ଥିଲେ ରଜତ ଦାଶ ଓ ଅଫ ଲାଇନ ସ୍କୋରର ଥିଲେ ମନୋଜ ପାତ୍ର।
ଜିଲ୍ଲା କ୍ରିକେଟ ଆସୋସିଏସନ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସଭାପତି ହରିହର ପ୍ରଧାନ ,ବିକାଶ ଗ୍ରୁପ ର ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକ ଡି.ନାଗେଶ୍ଵର ରାଓ, କ୍ରିକେଟ ଆସୋସିଏସନ୍ ଉପ ସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ପୂର୍ବ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ବରିଷ୍ଠ ସଦସ୍ୟ ପ୍ରଦୀପ ନନ୍ଦ,ସନ୍ତୋଷ ପଣ୍ଡା,ନବୀନ ଲାଠ,କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ଡି ଏ ଏ ସଦସ୍ୟ ସୁବ୍ରତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଉଭୟ ଦଳ କୁ ଯୁଗ୍ମ ବିଜେତା ଟ୍ରଫି । ବ୍ଲୁ ଡ଼ାଇମଣ୍ଡ ଦଳ ର ଆର୍ଯ୍ୟମାନ ମିଶ୍ର (୨୮୫ ରନ) ଙ୍କୁ ପ୍ରତିଯୋଗିତା ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ,ଗୋଡଭଗା ସେଣ୍ଟ୍ରାଲ ଦଳ ର ବାଦଲ ପରଦେଶୀ ନିଶାଦ୍(୧୬ ୱିକେଟ) ଙ୍କୁ ଶ୍ରେଷ୍ଠ ବୋଲର, କଟାପାଲି ଦଳ ର ସୃତୀରାଜ୍ ମିଶ୍ର (୨୬୮ ରନ ଓ ୮ ୱିକେଟ) ଙ୍କୁ ପ୍ରତିଯୋଗିତା ର ଶ୍ରେଷ୍ଠ ଖେଳାଳୀ , ବିକାଶ ଦଳ ର ନିଖିଲ ପାଢ଼ୀ (୩୬ ରନ ଓ ୪ ୱିକେଟ) ଙ୍କୁ ମ୍ୟାନ ଅଫ ଦି ଫାଇନାଲ, ସୋହେଲା ଦଳ ର ରାହୁଲ ସାହୁ (୪୪ ରନ ଓ ୧୨ )ଙ୍କୁ ପ୍ରତିଯୋଗିତା ର ଶ୍ରେଷ୍ଠ ନବ ପ୍ରତିଭାବାନ ଖେଳାଳୀ ଭାବରେ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିଯୋଗିତା ର ସମସ୍ତ ମ୍ୟାଚ୍ ଅଫିସିଆଲ୍ ମାନଙ୍କୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ଦଳ କୋଚ ଅଶୋକ ସିଂ, କ୍ରୀଡା ଶିକ୍ଷକ ପିତାମ୍ବର ପ୍ରଧାନ, ଶୁଭମ୍ ପାତ୍ର,ଭରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories