କନ୍ଧମାଳ ରେ ଅସହ୍ୟ ଜାଡ ଗରିବ ଙ୍କୁ କମ୍ବଳ ବାଣ୍ଟିଲେ ସାମାଜସେବି

Udaya_Labanya | December 19, 2021 | 176 views |0 | Uncategorized

ଫୁଲବାଣୀ:-୧୯/ ୧୨(-ସୁନୀଲ ପଟନାୟକ )ବର୍ତ୍ତମାନ କନ୍ଧମାଳ ଜିଲାରେଦିନ କୁଦିନ ଶୀତର ପ୍ରକୋପ ବୃଦ୍ଧିପାଉଛି l ସମଗ୍ର କନ୍ଧମାଳ ଶୀତରେ ଥରୁଥିବାବେଳେ ଏହାର ପ୍ରଭାବ ଜିଲ୍ଲାର ବଣ ପାହାଡ଼ ଦୁର୍ଗମ ଅଞ୍ଚଳରେ ଅଧିକ ପଡ଼ିଥିବା ଅନୁଭବ ହୋଇଛି।ବିଶେଷ କରି ନିରୀହ ଅସହାୟ ବୃଦ୍ଧ ବୃଦ୍ଧା,ଭିନ୍ନକ୍ଷମ,ବିଧବା ଶୀତ ର ପ୍ରଭାବରେ କଷ୍ଟ ଅନୁଭବ କରୁଥିଲେ l ।ଏହାକୁ ଉପଲବ୍ଧି କରି ଜିଲ୍ଲାର ଖଜୁରୀପଡ଼ା ବ୍ଲକର ସୁଡୁକୁମ୍ପା ପଞ୍ଚାୟତର ସମାଜ ସେବୀ ତଥାସମ୍ବାଦିକବୈଦ୍ୟ ନାଥ ବେହେରା ଙ୍କ ନେତୃତ୍ୱ ରେ ଏସବୁ ଅପହଞ୍ଚ ଇଲାକା ୬ ଖଣ୍ଡ ଗ୍ରାମର ଅ ସହାୟ ବୃଦ୍ଧ ବୃଦ୍ଧା ଲୋକଙ୍କୁ ଉନ୍ନତ ମାନର କମଳ ପ୍ରଦାନ କରିଛନ୍ତି l ବିଶିଷ୍ଟ ବ୍ୟବସାୟୀ ମାତାଦିନଲାଲ ଅଗ୍ରୱାଲ,
ଶ୍ରୀମତୀ ଗୋଦାବରୀ ଆଗ୍ରୱାଲ,ସୁପୁତ୍ର ଅଶୋକ କୁମାର ଅଗ୍ରୱାଲ ସହାୟତା ପ୍ରଦାନ କରି ଥିବାବେଳେ,ସାନ ଭାଇ ରାଧାଶ୍ୟାମ ଅଗ୍ରୱାଲ ବଣ୍ଟନ ରେ ସହଯୋଗ କରିଥିଲେ l ସେହିଭଳି ଆଜି ଏହି କମଳ ବଣ୍ଟନ କାର୍ଯ୍ୟକ୍ରମ ରେ ନାତି ଲକ୍ଷାସ ଅଗ୍ରୱାଲ, ବରିଷ୍ଠ ବୁଦ୍ଧିଜୀବୀ ଗିରିଜା ଶଙ୍କର ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l । ସୁଦୃକୁମ୍ପା ପଞ୍ଚାୟତ ର ପାତିଆମ୍ବା,
ଦଳପଡ଼ା,ଦଡ଼ମାସ୍କା,ମଲିକପଡ଼ା,ଗାଡ଼ାଙ୍ଗି,ସେନିଗାଡୁ,ଆଦି ଛ ଖଣ୍ଡ ଗ୍ରାମ ର ପ୍ରାୟ ୧୦୦ ଜଣ ବୃଦ୍ଧ ବୃଦ୍ଧା,ବିଧବା,ଭିନ୍ନକ୍ଷମ ଙ୍କୁ ପାତିଆମ୍ବା ଠାରେ କମଳ ପ୍ରଦାନ କରାଯାଇଥିଲା ।ଏଥି ସହିତ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା।ଏହି କମଳ ବଣ୍ଟନ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ରତାବରୀ ଗୁଆହରିଡ଼ା କୁଇସମାଜ ସଭାପତି ପଙ୍କଜ ମଲିକ,ସମ୍ନାନିତ ଅତିଥି ପବିତ୍ର ନାଏକ,ମଲିକପଡ଼ା ପିତାବାଳି ଠାକୁରାଣୀ ମୂଖ୍ୟ ପୂଜକ ଦେହୁରୀ ଦୟାନିଧି
ମଲିକ,କନ୍ଧମାଳ ଜିଲ୍ଲାର ସୁନାମଧନ୍ୟ କୀର୍ତ୍ତନ ଗୁରୁ ନାରଦ ବେହେରା,ଯୁବ ସାମାଜସେବୀ ରମାକାନ୍ତ ନାଏକ,ପ୍ରମୂଖ ଯୋଗ ଦେଇଥିଲେ।ଚୈତନ ବେହେରା,ଦେବେନ୍ଦ୍ର ନାଏକ, ଗଜିନ୍ଦ୍ର ନାଏକ,ବୈଦ୍ୟ ନାଏକ,ଜୟଚନ୍ଦ୍ର ନାଏକ,କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ନେତୃତ୍ୱ ଓ ଉଦ୍ୟମ ପ୍ରଚେଷ୍ଟା ଆୟୋଜନର ପାଇଁ ସାମାଜସେବୀ ବୈଦ୍ୟନାଥ ବେହେରାଙ୍କୁ ସମସ୍ତେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।ଶାନ୍ତି ଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 35 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 46 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories