ଖଜୁରୀପଡ଼ା ବ୍ଲକରେ ରଣମେଳା ଓ ସମୀକ୍ଷା
Udaya_Labanya | December 19, 2021 | 26 views |0 | Breaking News
ଫୁଲ ବାଣୀ (ସୁନୀଲ ପଟନାୟକ)
ମହିଳାମାନେ ଆତ୍ମନିର୍ଭରଶୀଳ ହେବେ ସମାଜରେ ସମ୍ମାନରସହବଞ୍ଚିବେ । ସେଥିପାଇଁ ସେମାନଙ୍କୁ ମିସନ ଶକ୍ତି ପକ୍ଷରୁ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ୟ। ଙ୍କୁ ଖଜୁରୀପଡ଼ା ବ୍ଳକ ପକ୍ଷରୁ ହାଇସ୍କୁଲ ଖେଳ ପଡିଆଠାରେ ଋଣ ମେଳା ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା
ଏଥିରେ ମୁଖ୍ୟଅତିଥି ଭାବେ ପଞ୍ଚାୟତରାଜ ଆଇନ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ବର୍ତ୍ତମାନ ସରକାରଙ୍କ ପ୍ରୋସାହନ ଓ ଆର୍ଥୀକ ସହାୟତା ପାଇବା ଦ୍ୱାରା ଅଧିକରୁ ଅଧିକ ମହିଳା ସ୍ବାବଲମ୍ବୀ ହୋଇପାରୁଥିବା ସେ କହିଥିଲେ । ମହିଳା ସ୍ଵାବଲମ୍ବୀ ହେଲେ ଯାଇ ଦେଶର ଉନ୍ନତି ହେବ ବୋଲି ସେ କହିଥିଲେ ।
ସେହିପରି ଖଜୁରୀପଡ଼ା ବ୍ଳକର ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ମନ୍ତ୍ରୀ ଜେନା।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପରିଷଦ ଅଧ୍ୟକ୍ଷା ଆକାଂକ୍ଷ। ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟା ଜୁଲିଲତା ଲେଙ୍କା, ଅନୁରାଧା ସାହୁ,ଜିବୀ କା ମିଶନ ପ୍ରକଳ୍ପ ପରିଚାଳକ ସନ୍ତୋଷରଥ,ପ୍ରମୁଖ ଯୋଗ ଦେଇ ସୁନନ୍ତିତ ମତବ୍ୟକ୍ତ କରିଥିଲେ ।
ଖଜୁରୀପଡ଼ା ବିଡିଓ ସ୍ୱାଗତ ଭାଷଣ ଦେଇଥିବାବେଳେ ବ୍ଲକ ଚେୟାରମ୍ୟାନ ବିରେନ୍ଦ୍ର କହଁର ଧନ୍ୟବାଦ ଅର୍ପଣ କରିଥିଲେ ।
ଜିପି ଓ ସୋନମ ବେହେରା ,ଯନ୍ତ୍ରୀ ରବି ନାରାୟଣ ଲେଙ୍କା, ଲ୍ୟାମ୍ପସ ଏମ.ଡି କୃପାସିନ୍ଧୁ ସାହୁ, ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ମନୋଜ ଦାସ, ପିଇ ଓ ଚକ୍ରଧର ମହାରଣା, ସୁନୀଲ ବେହେରା ପ୍ରମୁଖଙ୍କସହସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।
.