ବାଲକୋ ମେଡିକାଲ ସେଣ୍ଟର୍ ରାୟପୁର ପକ୍ଷରୁ ବରଗଡ ଡ. ନିଶାନ୍ତ ଦେବତା କ୍ଲିନିକ୍ ରେ ମାଗଣା କ୍ୟାନ୍ସର ଚିକିତ୍ସା ଶିବିର

Udaya_Labanya | December 19, 2021 | 21 views |0 | Breaking News


ବରଗଡ : ଆଜି ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର୍ ପକ୍ଷରୁ ବରଗଡ ଠାରେ ଏକ ନିଶୁଳ୍କ ବା ମାଗଣା କ୍ୟାନ୍ସର ଚିକିତ୍ସା ଶିବିର ଆହୋଜନ କରିଥିଲା। ବରଗଡ ସହର ଭଟଲି ରୋଡ ସ୍ଥିତ ଡ. ନିଶାନ୍ତ ଦେବତା ପୋଲି କ୍ଲିନିକ୍ ଠାରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିର ରେ ୫୦ ରୁ ଉର୍ଦ୍ଧ୍ବ ରୋଗୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥିରେ ମାଗଣା ରେ ଏଫ୍ ଏନ ଏ ସି ଟେଷ୍ଟ କରାଯାଇଥିଲା ଓ ପାପ ସ୍ମୀୟର ସେମ୍ପଲ ନିଆ ଯାଇଥିଲା। ଶିବିର କୁ ବାଲକୋ ର ଡ. ଆଶୁତୋଷ ଦାସ ଶର୍ମା ଓ ତାଙ୍କ କର୍ମଚାରୀ ମାନେ ଏହି ଶିବିର କୁ ପରିଚାଳନା କରିଥିଲେ।ଆଜିର ଏହି ଶିବିର କୁ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଉଧ୍ଘଟାନ କରିଥିଲେ। ଏହି ଶିବିର କୁ ଡ. ନିଶାନ୍ତ ଦେବତା, ଡ. ରଞ୍ଜନ ମେହେର, ସମାଜସେବୀ ତଥା ବ୍ୟୁଟିସିଏନ ମିନତୀ ସାହୁ, ବରଗଡ ଲାୟନ୍ସ କ୍ଲବ ର ସଭାନେତ୍ରୀ ଅନିତା ଲାଠ, ପୁର୍ବତନ ସଭାନେତ୍ରୀ ଜୟା ବେହେରା, ଲାୟନ୍ ଅମରଜିତ୍ ସିଂ, ସୋହନ ଲାଠ, ନବୀନ ଲାଠ, ରିତୁ ସନନ, ସୁଶାନ୍ତ ତ୍ରିପାଠୀ, ଅନିଲ ଅଗ୍ରୱାଲ, ପ୍ରଦୀପ ସନନ୍ , ୟୁନାଇଟେଡ ଫୋରମ୍ ଫର୍ କ୍ୟାନ୍ସର ହସପିଟାଲ ତରଫରୁ ଅଶ୍ଵିନୀ ଦର୍ଜି, ପ୍ରଦୀପ ଦେବତା, ରବି ପଣ୍ଡା,ପ୍ରତାପ ନାୟକ, ଭରତ ସାହୁ, ବିଜୟ ଅଗ୍ରୱାଲ,ଗୋପାଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କ୍ୟାମ୍ପ ପରିଚାଳନା ରେ ସହଯୋଗ କରିଥିଲେ।ଶିବିର ପରିଚାଳନା ବାଲକୋ ର ଆସିଷ୍ଟାଣ୍ଟ ମ୍ୟାନେଜର (ସେଲସ ଓ ମାର୍କେଟିଂ )ତଥା ପଶ୍ଚିମ ଓଡ଼ିଶା ସଂଯୋଜକ ସତ୍ୟ ପ୍ରକାଶ ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories