
ରାଜ୍ୟକଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲା କୁମାରଙ୍କ କନ୍ଧମାଳ ଗସ୍ତ କଂଗ୍ରେସ ସଂଗଠନ ସୁଦୃଢ କରିବାକୁ ପରାମର୍ଶ
Udaya_Labanya | December 19, 2021 | 124 views |0 | Breaking News
ଫୁଲବାଣୀ-(ସୁନୀଲ ପଟନାୟକ)
ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଏଆଇସିସି ସାଧାରଣ ସଂପାଦକ ଡ.ଏ. ଚେଲ୍ଲା କୁମାର ଫୁଲବାଣୀଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ବିଶାଳସାଧାରଣ ସଭାରେ ଯୋଗ ଦେଇ ୨୧ ବର୍ଷ ବିଜେଡି ଶାସନରେ କୌଣସି ଆଖିଦୃଶିଆ ଉନ୍ନତି ମୂଳକ କାର୍ଯ୍ୟହୋଇନଥିବା ଅଭିଯୋଗ କରିବା ସହ ଏହି ସମୟରେ କେବଳ ଦୁର୍ନିତୀ ଓ ଭ୍ରଷ୍ଟ। ଚାରବୃଦ୍ଧି ପାଇଥିବା କହିଥିଲେ । ସେହିପରି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବାଲାଗି ସମସ୍ତେ ଏକ ମନ ଏକ ପ୍ରାଣହୋଇ ଉଦ୍ୟମକରିବା ଲାଗି ସେପରାମର୍ଶ ଦେଇଥିଲେ ।
ଏହି ଅବସରରେ ହଜାର ହଜାର କଂଗ୍ରେସକର୍ମୀ ମାନେ ମ।ଦିକୁନ୍ଦା ଛକ ଠାରୁ କରେ।ନେସନପଡ଼ିଆଯାଏ ବିଶାଳପଟୁଆରରେ ରାଲୀରେ ଆସିଥିଲେ । ଜିଲା କଂଗ୍ରେସ ସଭାପତି ଅନାମ ନାଏକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ
ସଭାରେଅନ୍ୟମାନଙ୍କରେ କୋରାପୁଟ ସାଂସଦ ସପ୍ତ ଗିରି ଉଲାକା, ବିଧାୟକ ତାରାପ୍ରସାଦ ବାହିନୀପତି . ନୁଆପଡ଼ା ବିଧାୟକ ଅଧିରାଜ ପାଣି ଗ୍ରାହୀ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ପିସିସି ସାଧାରଣ ସଂପାଦକ ବିସ୍କୟ ମହାନ୍ତି. ଏଆଇସିସି ସଂପାଦକ ତଥା ସହରର ଭାରି ରୁଦ୍ର ରାଜୁ ପୁର୍ବତନ ସାଂସଦ ରାଧାକାନ୍ତ ଡିଗଲ, ନକୁଳ ନାଏକ,ପୁର୍ବ ତନ ବିଧାୟକଅଭିମନ୍ୟୁବେହେରା ପ୍ରମୁଖଙ୍କ ସମେତ ବହୁ ବରୀଷ୍ଟ କଂଗ୍ରେସ ନେତାମାନେ ଯୋଗ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଯେପରି ଭଲ ଫଳ ପ୍ରଦର୍ଶନ କରିବ ସେଥିପ୍ରତି ସମସ୍ତେ ଉଦ୍ୟମ କରିବା ଲାଗି ପରାମର୍ଶ ଦେଇଥିଲେ ।
ସେହିପରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢି, ଛାତ୍ର କଂଗ୍ରେସ ସଭାପତି ଅନୁପମ କହର, ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ନନ୍ଦକିଶୋର ଦାସ,ବରୀଷ୍ଠ ନେତା ଚନ୍ଦ୍ରଶେଖର ପରିଡ଼ା, ଭିକାରୀ ପାଣିଗ୍ରାହୀ, ପିସିସି ସଂପାଦକ କୈଳାସ ମୁଖି, ଶ୍ରମିକ ନେତା ତଥା ଏଆଇସିସି ସଦସ୍ୟ ଘନ କୁମାର ଶବର,ଯୁବନେତା ମନୋଜ ଆଚାର୍ଯ୍ୟ,
ଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।ଏହି ଅବସରରେ କିଛି ଅନ୍ୟ ଦଳର କର୍ମୀ ଓ ନେତା କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।
ଚେଲା କୁମାରଙ୍କ ଗସ୍ତ ଜିଲ୍ଲାରକଂଗ୍ରେସକର୍ମୀ ଓ ନେତା ମାନଙ୍କ ମନରେ ଉତ୍ସାହ ଆଣିଦେବା ସହ ମନୋବଳ ମଧ୍ୟ ବୃଦ୍ଧି କରିଛି। ଅଣସଂଗଠିତ ହୋଇରହିଥିବା କଂଗ୍ରେସ ନେତାମାନେ ସଂଗଠିତ ହେବେ ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭଲ ଫଳ ପ୍ରଦର୍ଶନ କରିବ ଓ ଶାସକବିଜେଡି ଓ ବିଜେପି ଦଳ କୁ ମାତ ଦେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଅନାମ
ନାଏକ , ପିସିସି ସଂପାଦକ କୈଳାସ ମୁଖୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ କହିଛନ୍ତି ।