ଜିଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

Udaya_Labanya | December 20, 2021 | 22 views |0 | Breaking News


ବରଗଡ଼ :-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଗତମାସ ୬ ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଉ ନ ଥିବା ବଡ଼ ସାହାଜବାହାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସୋମବାର ଗ୍ରାମର ଛବିଲାଲ ସାହୁ, ଦିଲୀପ ସାହୁ, ଗୁଲଠୁ ସାହୁ, ଗୋବର୍ଦ୍ଧନ ସାହୁ ପ୍ରମୁଖ ସାଙ୍ଗରେ କିରୋସିନ, ଦିଆସିଲି ଧରି ଜିଲାପାଳ ଅଫିସ ପହଞ୍ଚିଥିଲେ। ପୋଲିସ ଉପସ୍ଥିତିରେ ସେମାନେ ଶରୀରରେ କିରୋସିନ ଢାଳିବା ସହିତ ଦିଆସିଲି ମାରି ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ବୁଦ୍ଧି ଖଟାଇ ପୋଲିସ ଦିଆସିଲି, କିରୋସିନ ଡବା ଛଡାଇ ନେଇଥିଲା। ଏହାପରେ ସେମାନେ ଧାରଣାରେ ବସିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ତାଙ୍କ ଠାରୁ ଦାବି ପତ୍ର ଗ୍ରହଣ କରି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲ ପାଟ ପଞ୍ଚାୟତ ରେ ବିଭିନ୍ନ ସରକାରୀ ଯୋଜନା ରେ ଦୁର୍ନୀତି ହୋଇଥିବା ଆନ୍ଦୋଳନ କାରୀ ମାନେ ଅଭିଯୋଗ କରିଥିଲେ। ବଡ ସାହାଜ ବାହାର ଗ୍ରାମରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଗୋଟିଏ ଘରର ଫଟୋ ରେ ଦୁଇ ଟି ବିଲ୍ ଉଠା ହୋଇଥିବା ଅଭିଯୋଗ କରିଛନ୍ତି। ଏସଂପର୍କରେ ଗାଇସିଲେଟ ବ୍ଲକ ଉନ୍ନୟନ ଅଧିକାରୀ ଙ୍କୁ ଗତ ମାସ ର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସମାଧାନ କରାନଯିବାରୁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ବୋଲି ସେମାନେ କହିଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories