ପିଲାଏ ପଢିଲେ ପିଲାଏ କହିଲେ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ
Udaya_Labanya | December 21, 2021 | 24 views |0 | Breaking News
ବରଗଡ଼: (ସତ୍ୟ ନାରାୟଣ ପ୍ରଧାନ)
ପୁସ୍ତକ ଭଳି ବନ୍ଧୁ ବିରଳ। ଯେଉଁ ଛାତ୍ର ପୁସ୍ତକ ସହ ଯେମିତି ସମ୍ପର୍କ ରଖେ ସେ ସେହି ପରିମାଣରେ ଜୀବନକୁ ସେମିତି ଗଢିଥାଏ। ତେଣୁ ଛାତ୍ର ଛାତ୍ରୀ ମାନେ ପୁସ୍ତକ ସହ ନିବିଡ଼ ସମ୍ପର୍କ ସ୍ଥାପନ କରି ଭବିଷ୍ୟତ ଜୀବନକୁ ଗଢିବା ପାଇଁ ବରଗଡ଼ ଅନ୍ତର୍ଗତ ରୋହିଣୀଆ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ” ପିଲାଙ୍କ ପାଖରେ ପାଠାଗାର” କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ସ୍ଥାନୀୟ ରୋହିଣୀଆ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ପୁସ୍ତକ ମନସ୍କ ହେବାକୁ ଆହ୍ଵାନ ଜଣାଇ ପୁସ୍ତକ ସହ ବନ୍ଧୁତା ସ୍ଥାପନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପୁସ୍ତକ ପାଠକରି ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଦେବାଶିଷ ପତି, ପ୍ରତିଜ୍ଞା ମଲ୍ଲିକ ଓ ତୋସ୍ନାମୟୀ ପ୍ରଧାନ ଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ତୃପ୍ତି ରାଣୀ ସାହୁ,ପଦ୍ମାସିନୀ ପ୍ରଧାନ, ସୁନିତା ନାୟକ ଓ ଜାହ୍ନବୀ ପ୍ରଧାନ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ର ପ୍ରଶଂସା କରିବା ସହିତ ପିଲା ମାନେ ପାଠ୍ୟ ପୁସ୍ତକ ପଠନ ସହ ଶିଶୁ ସାହିତ୍ୟି ଆଧାରିତ ପୁସ୍ତକ ଓ ପତ୍ର ପତ୍ରିକା ପାଠ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ପରିଚାଳନା କରିଥିଲେ ଓ ଶିକ୍ଷକ ଶିବଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।