ଆଗକୁ ବଡ଼ଦିନ, ଝଲସି ଲାଣି ଚର୍ଚ୍ଚ ଶାନ୍ତି ଶୃଙ୍ଖଳା ର ସହ ବଡ଼ଦିନ ପାଳନ ପାଇଁ ଜ଼ିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ

Udaya_Labanya | December 22, 2021 | 76 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଆଉ ଦୁଇଦିନ ଗଲେ ବଡ଼ଦିନ ପର୍ବ ପ୍ରଭୁ ଯୀଶୁ ଧରାବତରଣ କରିବେl ଫଳରେ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକ ସଜେଇ ହେଲାଣି l କେତକ ସ୍ଥାନ ରେ ନାଚ ଗୀତ ମଧ୍ୟ ଆରମ୍ଭ ହେଲାଣି l
ଫଳରେ ଆସନ୍ତା ବଡ଼ଦିନ ପର୍ବ ଯେପରି ଶାନ୍ତି ଶୃଙ୍ଖଳା ର ସହ ପାଳନ ହେବ ସେଥିପାଇଁବିଭିନ୍ନ ବ୍ଲକ ସ୍ତରରେ ଶାନ୍ତି କମିଟି ବୈଠକ ସରିଯାଇଥିବା ବେଳେ ବୁଧବାର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲାl ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶାନ୍ତି କମିଟି ରେ ଏସ ପି ଭିନୀତ ଅଗ୍ରୱାଲ, ଉପଆଜ଼ିଲ୍ଲାପାଳ ବାଲିଗୁଡା ଡ଼ଃ. ଶୁଭଙ୍କର ମହାପାତ୍ର, ଫୁଲବାଣୀ ଉପଜ଼ିଲ୍ଲାପାଳ ଶେଷ ଦେବ ମିଶ୍ର, ଅତରିକ୍ତ ଏସ ପି ବିପିନ ବି ହାରି ବେହେରା, ପି ଏ ଆଇ ଟି ଡ଼ି ଏ ଫୁଲବାଣୀ ବୀରେନ୍ଦ୍ର ଦାଶ, ଏସ ଡ଼ି ପି ଓ ବାଲିଗୁଡା ପ୍ରମୁଖ ଉପସ୍ଥିତ ରହିକୋଭିଡ ନିୟମ ପାଳନ କରି ଶାନ୍ତିଶୃଙ୍ଖଳା ର ସହ ବଡ଼ଦିନ ଓ ନୂଆବର୍ଷ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ l
ସମସ୍ତେ ମାସ୍କ ପିନ୍ଧିବେ,, ସାମାଜିକ ଦୂରତ୍ୱ ବଜାୟ ରଖିବେ, ସାନିଟାଇଜ କରିବା କୁ କହିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେନି, ଜ଼ିରୋ ନାଇଟ ମଧ୍ୟ ପାଳନ ନ କରିବାକୁ ପରାମର୍ଶ ଦେଇଥିଲେ l
ଶାନ୍ତି କମିଟି ରେ ଜ଼ିଲ୍ଲାର ବିଭିନ୍ନ ସମ୍ପ୍ରଦାୟ ର ପ୍ରତିନିଧି ଯୋଗ ଦେଇ ସୁଚିନ୍ତିତ ପରାମର୍ଶ ଦେବା ସହ ଆଉ ବଡ଼ଦିନକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଈଁ ପ୍ରତି ଶୃତି ଦେଇଥିଲେ ।


ତେବେ ଏହି ସମୟରେ ଦେଶୀ ଓ ବିଦେଶୀ ମଦ ବିକ୍ରୀ ଉପରେ କଟକଣା ଲଗାଇବାକୁ ମତ ଦେଇଥିଲେ l
ଅନ୍ୟ ମାନ ଙ୍କ ମଧ୍ୟରେ କୁଇ ସମାଜ ସମନ୍ୱୟ ସମିତି ସମ୍ପାଦକ ତଥା ଆଇନଜୀବି ଲମ୍ବୋଦର କହଁର, କୁଇ ସମାଜ ବ୍ଲକ ସଭାପତି ଗୋବିନ୍ଦ ଘଟାଲ, ସଂଖ୍ୟା ଲଘୁ ସମ୍ପ୍ରଦାୟ ରାଇକିଆ ମଜେସ ଡିଗାଲ, ଅନିଲ ବଡ଼ ମାଝୀ, ପା ଷ୍ଟର ଆସୋ ସିଏ ସନ ସଭାପତିଦାରିଂବାଡ଼ି ସୁନୀଲ ପ୍ରଧାନ ଙ୍କ ସମେତ ଅନ୍ୟମାନେଜ଼ିଲ୍ଲାରେ ଶାନ୍ତି, ସଦଭାବ,ଭାଇଚାରା ଫେରିଆସିଥିବା ନେଇ ମତ ବ୍ୟକ୍ତ କରିଥିଲେ l
ଏହି ଶାନ୍ତି କମିଟି ବୈଠକ ରେ ଜ଼ିଲ୍ଲା ର ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories