ଢେଙ୍କାନାଳ ଓ ହିନ୍ଦୋଳରେ ଅତ୍ୟାଧୂନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ

Udaya_Labanya | December 23, 2021 | 25 views |0 | Breaking News


ଢେଙ୍କାନାଳ,୨୩ା୧୨(ଉଲାପ୍ର): ଢେଙ୍କାନାଳରେ ଅତ୍ୟାଧୂନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ହୋଇଆସୁଥିବା ବହୁଦିନର ଦାବି ଏବେ ସାକାର ହେବାକୁ ଯାଉଛି । ଗୁରୁବାର ସହର ଉପକଣ୍ଠ ମହିଷାପାଟଠାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଭର୍ଚ୍ୟୁଆଲ୍ ମୋଡ୍‌ରେ ଶିଳାନ୍ୟାସ କରିଛନ୍ତି । ଏତଦ୍ ବ୍ୟତୀତ ହିନ୍ଦୋଳ ଠାରେ ମଧ୍ୟ ୧ ଏକର ପରିମିତ ଜମି ଉପରେ ଏକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ଏକସଙ୍ଗରେ ଶିଳାନ୍ୟାସ କରାଯାଇଛି । ଏଖୁବ୍‌ଶୀଘ୍ର ବସ୍‌ଷ୍ଟାଣ୍ଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଗମନାଗମନର ସୁବିଧା ହେଲେ ଜିଲ୍ଲାବାସୀଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହେବା ସହ ସାମାଜିକ, ଶିକ୍ଷା, ବାଣିଜ୍ୟ କ୍ଷେତ୍ର ଆଦିରେ ସମସ୍ତେ ଲାଭବାନ ହେବେ । ଗମନାଗମନର ସୁବିଧା ଦ୍ୱାରା ଭିତ୍ତିଭୂମିକୁ ସୁଦୃଢ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ହି ଅବସରରେ ଜିଲ୍ଲା କାର୍ଯ୍ୟାଳୟର ଓସ୍‌ୱାନ୍ ହଲ୍‌ଠାରେ ବିଧାୟକ ସୁଧୀର କୁମାର ସାମଲ ମହିଷାପାଟସ୍ଥିତ ପ୍ରସ୍ତାବିତ ୫ ଏକର ଜମି ପରିମିତ ନୂତନ ବସ୍‌ଷ୍ଟାଣ୍ଡ୍ ଓ ହିନ୍ଦୋଳଠାରେ ପ୍ରସ୍ତାବିତ ୧ ଏକର ଜମି ପରିମିତ ବସ୍‌ଷ୍ଟାଣ୍ଡ୍ ନିର୍ମାଣର ଶିଳାନ୍ୟାସ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ମାଝି, ହିନ୍ଦୋଳ ତହସିଲ୍‌ଦାର ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories