ନଟରାଜ କଳା ମନ୍ଦିର ପକ୍ଷରୁ ନୃତ୍ୟକଳା ଉତ୍ସବ ୨୦୨୧ ଅନୁଷ୍ଠିତ
Udaya_Labanya | December 24, 2021 | 32 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ)
ଫୁଲବାଣୀ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳା ମନ୍ଦିର ପକ୍ଷରୁ ଗୁରୁବାର ସଂଧ୍ୟାରେ ସ୍ଥାନୀୟ ସଭାଗୃହ ଠାରେ ନୃତ୍ୟକଳା ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ନୃତ୍ୟ କଳା ଓସଂସ୍କୃତି ପରମ୍ପରାକୁ ବଜ।ୟ ରଖିବା ସାଙ୍ଗକୁ ନୂତନ କଳାକାରମାନଙ୍କୁ ସୃଷ୍ଟି କରିବାରେ ଜିଲ୍ଲାରେନଟରାଜ କଳା ମନ୍ଦିର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଭୂୟସୀ ପ୍ରଶସାଂ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ, ସଂସ୍କୃତି ଅଧିକାରୀ ଭାଂଜନ କହଁର, ବରୀଷ୍ଠଆଇନଜିବୀ ବିଜୟକୃଷ୍ଣ ପଟନାୟକ, ଭାରତୀୟ ଜୀବନ ବିମା ନିଗମ ପ୍ରଶାସନିକ ଅଧିକାରୀ ହରେକୃଷ୍ଣପାଢି, ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା, ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ଦିଗ।ଲ, ଖଜୁରୀପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ,ବରିଷ୍ଠ ଆଇନଯିବି ହରିଶ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ସମ୍ମାନ ଦେବା ସହ କଳାକୁ ଭଲ ପାଇଲେ ହିଁ କଳା ସଂସ୍କୃତି ଓ କଳାକାର ମାନେବଞ୍ଚିବେ ବୋଲି କହିଥିଲେ ।ନଟରାଜ କଳା ମନ୍ଦିରର ନିର୍ଦ୍ଦେଶକ ବିନୋଦ ଚନ୍ଦ୍ର ସାହୁ ପ୍ରାରମ୍ଭିକ ଭାଷଣ ଦେବା ସହ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକାମ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ଶେଷ ରେ ଅନୁଷ୍ଠାନର କଳାକାରମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସାମ୍ବାଦିକଅଶୋକ ମହାନ୍ତି ଓ ସ୍ଵାତୀତନ୍ମୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
କୋଭିଡ଼ ଗାଇଡଲାଇନ ମାନି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁଅଭିଭାବକ, କଳା ପ୍ରେମୀ ଓ ଜନସାଧାରଣ ଯୋଗଦେଇଥିଲେ ।