ବିଜେଡ଼ି ର ପ୍ରତିଷ୍ଠା ଦିବସ,ସଂଗଠନ କୁ ମଜଭୁତ କରିବାକୁ ଆହ୍ୱାନ
Udaya_Labanya | December 26, 2021 | 31 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ରେ ଆଜି ବିଜେଡ଼ି ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଫୁଲବାଣୀ ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏହାର ଶୁଭ ଉଦ୍ଘାଟନ କରିଥିଲେ l କେବଳ ଫୁଲବାଣୀ ସହର ନୁହେ ସାରା କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକ ରେ ବିଜେ ଡ଼ି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରଯାଇଛି। ସଦର ମହକୁମା ଫୁଲବାଣୀ ଠା ରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କର୍ଣ ଙ୍କ ସଭାପତିତ୍ବରେ ପାଳନ ହୋଇଥିବା ବେଳେ ବ୍ଲକ୍ ରେ ବ୍ଲକ୍ ସଭାପତି ମାନଙ୍କ ନେତୃତ୍ୱ ରେ ପାଳନ ହୋଇଛି। ଫୁଲବାଣୀ ରେ ବିଜେଡ଼ି ସହ ପ୍ରଭାରୀ କିଶୋର ମେହେର ଯୋଗ ଦେଇ କର୍ମୀ ଓ ନେତା ମାନଙ୍କୁ ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନାର ସୁଫଳକିଭଳି ମିଳୁଛି ସେ ସମ୍ପର୍କରେ ବୁଝାଇ ଥିଲେ। ଜିଲ୍ଲା ଯୁବ ସଭାପତି, ଛାତ୍ର ସଭାପତି, ମହିଳା ସଭାପତି ଙ୍କ ସମେତ ବହୁ ନେତା ଯୋଗଦେଇ ବିଜେଡ଼ି ର ହାତ ମୁଠାକୁ ଟାଣ କରିବା ସହିତ ଆଗମୀ ନିର୍ବାଚନ ରେ ଦଳ ପାଇଁ ନିଷ୍ଠା ଓ ଆନ୍ତରିକତାର ସହିତ କାମ କରିବାପାଇଁ ପରାମର୍ଶ ଦେଇଥିଲେ l
ନବୀନ ସରକାର ଙ୍କ ଜନ ମଙ୍ଗଳ ଯୋଜନା ର ସମସ୍ତେ ଲାଭ ପାଇପାରିଛନ୍ତି ଅlଗକୁ ବି ଏଭଳି ସହଯୋଗ କଲେ ନିଶ୍ଚୟ ସୁଫଳ ମିଳିବ ବୋଲି ସୁଧୀର କହଁର ନଗର ସଭାପତି ବିଜେଡ଼ିକହିଥିଲେ l
ସେହିପରି କ ନୂଆଗାଁ ବ୍ଲକ ସାରଙ୍ଗଡ଼ ଠାରେବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l
ବାଲିଗୁଡା ବିଧାୟକ ଚକ୍ରମଣି କହଁର,ବରିଷ୍ଠ ବି ଜେ ଡ଼ି ନେତା କୃଷ୍ଣ ମୋହନ ପାଣିଗ୍ରାହୀ, ପଂଚାୟତ ସମିତି ଅଧ୍ୟକ୍ଷl ଅନୀତା ମଲି କ, ସହଦେଵ ପାତ୍ର, ଅଶୋକ ପାତ୍ର, ଅନିଲ ପାତ୍ର, ପ୍ରମୁଖ ଯୋଗ ଦେଇ ବି ଜେ ଡ଼ି ସଂଗଠନ କୁ ସୁଦୃଢ କରିବା ଲାଗି ମତ ବ୍ୟକ୍ତ କରିଥିଲେ l