ବରଗଡ଼ ସାଂସଦ ଙ୍କ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ

Udaya_Labanya | January 1, 2022 | 34 views |0 | Breaking News


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଆଜି ଇଂରାଜୀ ନବ ବର୍ଷ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବରଗଡ଼ ସହର ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ କରିଥିଲେ। ଏହି ଅବସରରେ ସମ୍ପର୍କ ସ୍ବେଛାସେବୀ ଅନୁଷ୍ଠାନ ବରଗଡ ତରଫରୁ ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ସ୍ଥିତ ମାତୃଛାୟା ଓ ବାନପ୍ରସ୍ଥ ଅନ୍ତେବାସୀ ମାନଙ୍କୁ ମଧ୍ୟlନ୍ନ ଅନ୍ନଭୋଜନ ର ଆପ୍ୟାୟିତ କରାଯିବା ସହ ଏକ ଟେଲିଭିଜନ ପ୍ରଦାନ କରିଥିଲେ l
ବରଗଡ ସାଂସଦ ସୁରେଶ ପୂଜlରୀ, ବରଗଡ ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗି ଓ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କ ର ସଭ୍ୟ ଅବନୀ କୁମାର ପଣ୍ଡା ଏବଂ ସଦସ୍ୟ ବୃନ୍ଦ ଯୋଗଦେଇ ମାତୃଛାୟା ଓ ବlନପ୍ରସ୍ଥ ର ସମସ୍ତ କଥା ଆଶ୍ରମ ର ମୁଖ୍ୟ ଦେବଦତ୍ତ ତ୍ରିପାଠୀ ଙ୍କୁ ପଚାରି ବୁଝିଥିଲେ ଓ ଅନ୍ତେବାସୀ ମାନଙ୍କ କୋଠରୀ ବୁଲି ଦେଖି ଅନ୍ତେବାସୀ ଙ୍କ ସହ କଥାବାର୍ତା ହୋଇଥିଲେ l ଏ ସମ୍ପର୍କରେ ଆଶ୍ରମ ର ନିଜସ୍ୱ ଘରନଥିବା, ଜମି, ମାତୃଛାୟା କୁ ଦଶ ବର୍ଷ ହେବ ଅନୁଦାନ ମିଳିନଥିବା ଓ ବlନପ୍ରସ୍ଥ କୁ ସମ୍ପୂର୍ଣ୍ଣଭାବେ ଅନୁଦାନ ମିଳୁନଥିବା ଆଶ୍ରମ ର ମୁଖ୍ୟ ଦେବଦତ୍ତ ତ୍ରିପାଠୀ ସାଂସଦ ଙ୍କୁ ଅବଗତ କରାଇଥିଲେ l ଆଶ୍ରମ ର ମୁଖ୍ୟ ସେବିକା ଲବଙ୍ଗ ସାହୁ ଓ ସେବିକା ସନ୍ଧ୍ୟା ମିଶ୍ର ଉପସ୍ଥିତ ଥିଲେ l

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories