ତିଗିରିଆ ଜଙ୍ଗଲରେ ଶିକାରୀ ଫାସରେ ପଡି ମଲା କଲରାପତରିଆ ବାଘ,ବାଘକୁ ବନଖଣ୍ଡି ଜଙ୍ଗଲରେ ପୋଡି ଦିଆଗଲା,ଅନଫିଟ ଆଠଗଡ ଡିଏଫଓ

Udaya_Labanya | January 4, 2022 | 75 views |0 | Breaking News


ତିଗିରିଆ(ଉଲାପ୍ର)ଆଠଗଡ ବନଖଣ୍ଡ ତିଗିରିଆ ଜଙ୍ଗଲରେ ଶିକାରୀ ବସାଇଥିବା ଫାସରେ ପଡି ମରିଛି କଲରାପତରିଆ ବାଘ,ଯାହାକୁ ନେଇ ବନ୍ୟପ୍ରାଣୀବିତ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।କାହିଁକି ତିଗିରିଆ ଜଙ୍ଗଲରେ କଲରାପତରିଆ ବାଘ ମରୁଛି ତାର କାରଣ ଜଣାପଡୁନଥିଲେ ମଧ୍ୟ ବନବିଭାଗର କର୍ମଚାରୀ ମାନେ ଠିକ ଭାବେ ଜଙ୍ଗଲ ରେ ଡିଉଟି କରୁନଥିବା ଯୋଗୁ ତିଗିରିଆ ରେ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି।ତିଗିରିଆ ସୋରିସିଆ ପାହାଡ଼ ଓ ଭିରୁଡ଼ା ଜଙ୍ଗଲ ରେ ଶିକାରୀ ମାନେ ସକ୍ରିୟ ରହିଥିବା ବେଳେ କେତେକ ଶିକାରୀ ଫାସ ବସାଇ ବନ୍ୟଜନ୍ତୁ ମାରୁଥିବା ଅଭିଯୋଗ ହେଉଛି।ଗତ ୨୦୧୯ ମସିହାରେ ଏହିପରି ତିଗିରିଆ ଜଙ୍ଗଲ ରେ ଏକ କଲରାପତରିଆ ବାଘ ମରିଥିବା ଜଣାପଡିବା ପରେ ଆଠଗଡ ବନବିଭାଗ ଏହି ବାଘର ଶବକୁ ଜବତ କରି ଫରେଷ୍ଟ ଅଫିସକୁ ଆଣି ସେଠାରେ ବାଘକୁ ପୋଡି ଦେଇଥିଲେ,ସେ ସମୟରେ କାର୍ଯ୍ୟରେ ଅବହେଳା କରିଥିବା ତିଗିରିଆ ଫରେଷ୍ଟର ସୂଚରିତା ସାମନ୍ତରାୟ ଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିଲା।ଏବେ ସେହି ଜଙ୍ଗଲରେ ପୁନର୍ବାର ଆଉ ଗୋଟିଏ କଲରାପତରିଆ ବାଘ ସୋମବାର ରାତିରେ ଶିକାରୀ ବସାଇଥିବା ଫାସରେ ପଡି ମୃତୁବରଣ କରିଛି।ମଙ୍ଗଳବାର ସକାଳୁ ସ୍ଥାନୀୟ ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ବାଘ ଦେଖିବା ପାଇଁ ଘଟଣା ସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା।ଯାହା ଜଣାପଡୁଛି ତିଗିରିଆରେ ନିଶ୍ଚିତ ଭାବେ ବାଘ ଅଛନ୍ତି ନହେଲେ ଗତ ଗତ ତିନିବର୍ଷ ମଧ୍ୟରେ ଦୁଇଗୋଟି କଲରାପତରିଆ ବାଘଙ୍କ ମୃତୁ ହେଲା କିପରି,ଏହି ସୋରିସିଆ ପାହାଡ଼ ଲାଗିଛି ସପ୍ତଶଯ୍ୟା ପାହାଡ଼କୁ ଯାହା ଫଳରେ ଏ ପାହାଡ଼ରୁ ସେ ପାହାଡ଼ ପର୍ଯ୍ୟନ୍ତ କଲରାପତରିଆ ବାଘଙ୍କ ବିଚରଣ ହେଉଥିଲେ ମଧ୍ୟ ଆଠଗଡ ବନବିଭାଗ ବାଘଙ୍କ ଗତିବିଧି ସମ୍ପର୍କରେ ଖବର ରଖେନାହିଁ।ଯାହା ଫଳରେ କଲରାପତରିଆ ବାଘଙ୍କ ସଂଖ୍ୟା ତିଗିରିଆ ଜଙ୍ଗଲରେ କମିବାକୁ ଲାଗିଲାଣି।ବନବିଭାଗ ଖାଲି ନିଲମ୍ବିତ କରିଦେଇ କାମ ଶେଷ କରିଦେଉଛି ହେଲେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ଆଠଗଡ ବନଖଣ୍ଡ ର କର୍ମଚାରୀ ମାନେ ଫେଲ ମାରିଛନ୍ତି।ଭାରତୀୟ ପ୍ରଶାସନିକ ସେବାର ଜଣେ ଦକ୍ଷ ଯୁବ ଜଙ୍ଗଲ ଅଧିକାରୀ ଭାବେ ସୁଦର୍ଶନ ଗୋପୀନାଥ ଯାଦବ କାର୍ଯ୍ୟରେ ଯୋଗଦେବା ପରଠାରୁ ତାଙ୍କ ପିଛା ଛାଡ଼ୁନି ବିପଦ।ମୁଣ୍ଡଳି ରେ ମହାନଦୀ ରେ ଦନ୍ତାହାତୀର ମୃତୁ,ଏହା ପୂର୍ବଦିନ ମହାନଦୀରେ ପହଁରି ନପାରି ଗୋଟିଏ ଛୁଆ ହାତୀର ମଧ୍ୟ ମୃତୁ ହୋଇଥିଲା,ସେହିପରି ତିଗିରିଆ ରେ ଏକ କଲରାପତରିଆ ବାଘର ମୃତୁ ସହିତ ବନଖଣ୍ଡରେ ହାତୀମୃତୁ ବଢ଼ିବଢ଼ି ଚାଲିଛି,ଏପଟେ ଆଠଗଡ ରେଞ୍ଜର ଠାରୁ ହାତୀଦାନ୍ତ ଜବତ ହୋଇଥିଲେ ମଧ୍ୟ ତାକୁ ଗଣମାଧ୍ୟମ କୁ ଦେଖାଇଲେ ନାହିଁ ଆଠଗଡ ଡିଏଫଓ।ଯାହାଫଳରେ ଆଠଗଡ ର ସାମ୍ବାଦିକ ମାନେ ଅଫିସ ଆଗରେ ଧାରଣା ଦେଲେ।ଆଠଗଡ ଉପଜିଲାପାଳଙ୍କ ଉପସ୍ଥିତୀରେ ହାତୀଦାନ୍ତ ଦେଖାଇବା ପାଇଁ ଆଠଗଡ ବନଖଣ୍ଡ ଅଧିକାରୀ ସମୟ ନେଇଥିଲେ ମଧ୍ୟ ସମୟ ଅତିକ୍ରାନ୍ତ ହୋଇସାରିଲାଣି ହେଲେ ହାତୀଦାନ୍ତ ଦେଖାଉନାହାନ୍ତି ଆଠଗଡ ବନଖଣ୍ଡ ଅଧିକାରୀ।ଆରଟିଆଇ ଯୋଗେ ତଥ୍ୟ ମାଗିବା ପରେ ଆଠଗଡ ଡିଏଫଓ ତତ୍ପର ହୋଇ ଗତ ବାରବର୍ଷ ଧରି ଅଫିସରେ ରଖିଥିବା ୫୮ ଖଣ୍ଡ ହାତୀଦାନ୍ତ କୁ ଟ୍ରେଜେରୀ ଚାଲାଣ କରିଦେଇଛନ୍ତି।ସମସ୍ତ ଘଟଣାରେ ଆଠଗଡ ଡିଏଫଓ ଯେମିତି ଛନ୍ଦି ହୋଇପଡୁଛନ୍ତି।ତିଗିରିଆ ଜଙ୍ଗଲରୁ ମୃତ କଲରାପତରିଆ ବାଘର ଶବକୁ ବ୍ୟବଛେଦ ପରେ ବନଖଣ୍ଡି ଜଙ୍ଗଲରେ ପୋଡି ଦେଇଛନ୍ତି ବନବିଭାଗ ର କର୍ମଚାରୀ ମାନେ।ତେବେ ଆଗକୁ ବନବିଭାଗ କି ପଦକ୍ଷେପ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 9 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories