ପୁସ୍ତକ ପଠନ ଏକ ଆନ୍ଦୋଳନ ହେଉ

Udaya_Labanya | January 4, 2022 | 35 views |0 | Breaking News

ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାନ ପାଠାଗାର ଓ ଭାରତୀ ଶିଶୁ ସାହିତ୍ୟ ଆନୁକୂଲ୍ୟ ରେ ସ୍ଥାନୀୟ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟ ଠାରେ ଡ଼ଃ ରବିନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭାରତୀ ଶିଶୁ ସାହିତ୍ୟ ସଂସଦ ର ସମ୍ପାଦିକା ଛାତ୍ରୀ ରେଣୁକା ଭୋଇ ,ସଭାନେତ୍ରୀ ଛାତ୍ରୀ ଅସ୍ଲେଶା ମହାନନ୍ଦ ,ଲେଖାବତୀ ବାରିକ ଉପଦେଷ୍ଟା ଶିକ୍ଷକ ଗୋପବନ୍ଧୁ ପୁରୋହିତ ପ୍ରମୁଖ ମଂଚସୀନ ହୋଇ ପୁସ୍ତକ ପଠନ ର ଆବଶ୍ୟକତା ଉପରେ ଗଭୀର ଆଲୋକପାତ କରିଥିବା ବେଳେ ବିଶିଷ୍ଟ ଶିଶୁ ସାହିତ୍ୟକ ଭ୍ରାମ୍ୟମାନ ପାଠାଗାର ର ଉଦ୍ୟୋକ୍ତା ଡ଼ଃ ରବିନାରାୟଣ ସାହୁ ଉଦ୍ୟେଶ୍ୟ ଜ୍ଞାପନ କରିବା ସହିତ ସମ୍ପ୍ରତି ମୋବାଇଲ ଓ ଇଣ୍ଟରନେଟ ଯୁଗ ରେ ଛାତ୍ରଛାତ୍ରୀ ମାନେ ପୁସ୍ତକ ପଠନ ରୁ ଦୁରେଇ ଯାଉଥିବା ବେଳେ ଭ୍ରାମ୍ୟମାଣ ପାଠାଗାର ପିଲାଙ୍କ ପାଖରେ ପହଂଚି ଥିବାରୁ ପୁସ୍ତକ ପଠନ ଏକ ଅଭ୍ୟାସ ଓ ଆନ୍ଦୋଳନ ରେ ପରିଣତ ହେଉ ବୋଲି ଉଲ୍ଲେଖ କରିଥିଲେ । ସ୍କୁଲ ର ଛାତ୍ର ଦେବାନନ୍ଦ ସର୍ଭଙ୍ଗ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଅସ୍ଲେଶା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସର ରେ ଛାତ୍ରଛାତ୍ରୀ ୪୫ ମିନିଟ ପର୍ଯ୍ୟନ୍ତ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିଥିବା ବେଳେ ପଠନ ଅନୁଭୂତି ବର୍ଣନା କରିଥିଲେ କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ଭାବନା ସାହୁ ପ୍ରଭାତିମଣି ସାହୁ ଡାକ୍ତର ଭୋଇ ସୁଧାଂଶୁ ଶେଖର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories