ଫୁଲବାଣୀ ରେ ସିରିଜ ଚୋରି, ଟାଉନ ପୋଲିସ ଚୁପ ବସିଛି !

Udaya_Labanya | January 4, 2022 | 33 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସହର ରେ ସିରିଜ ଚୋରି l ସହର ର ଭବା ନି ମାର୍କେଟ ଅଂଚଳ ରୁ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୩ ଟି ଦୋକାନ ରୁ ଚୋର ମାନେତାଲା ଭାଙ୍ଗି ଟାଉନ ପୋଲିସ କୁ ଚାଲେଞ୍ଜ ଦେଇ ଚୋରି କରିଛିନ୍ତି l କେଉଁଠି କେଉଁଠି ଚୋର ମାନେ ଚେଷ୍ଟା କରି ବିଫଳ ହୋଇଥିଲେ ବି ଆଉ କେତକ ଦୋକାନ ରେ କଳାକନା ବୁଲାଇଦେଇଛନ୍ତି l
ତେବେ ଟାଉନ ପୋଲିସ ର ନିଷ୍କ୍ରିୟତା କୁ ସହର ବାସୀ ଦାୟୀ କରିଛନ୍ତି l
ପୋଲିସ ପାଟ୍ରୋଲିଂଠିକ ଭାବେ ହେଉନଥିବା ରୁ ଚୋର ଆରାମ ରେ ଚୋରି କରୁଛି l
ଗତ ରାତିରେ ସହର ର ବହି ଦୋକାନ, ଚା ଦୋକାନ,କିରାନା ଦୋକାନ ସମେତ ଅନ୍ୟାନ୍ୟ ଦୋକାନ ରୁ ଚୋରି କରିନେଇ ପଳେଇଥିବା ଜଣାପଡିଛି l
ତେବେ ଅଭିଯୋଗ ହେବl ପରେ ପୋଲିସ ତଦନ୍ତ କରୁ ଥିଲେ ମଧ୍ୟ
ଏଯାଏ ଚୋର ର ସନ୍ଧାନ ପାଇନି lପୋଲିସ ର ହୁଗୁଳା ଶାସନ ଯୋଗୁଁ ସହର ରେ ଦିନକୁଦିନ ଚୋରି ବୃଦ୍ଧି ପାଉଛି lଏ ନେଇ ବଣିକ ସଙ୍ଘ ପକ୍ଷରୁ ଏସପି ଙ୍କୁ ଜଣାଇବା ପରେ ଏସପି ଙ୍କ ନିର୍ଦେଶ ରେ ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳ ରେ ପହଂଚି ଘଟଣା ର ଅନୁସନ୍ଧାନ କରୀଛନ୍ତି l
ଟା ଉନ ପୋଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନୄଗ୍ରହଣ ନକଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l
ଏଥି ପୂର୍ବରୁ ଗତ 27ରେ ବି ସହର ର ଅନେକ ଦୋକାନରୁ ଚୋର ମାନେ ଦୋକାନ ତାଲା ଭାଙ୍ଗି ଚୋରି କରିନେଇଥିଲେ ବି ପୋଲିସର ଅପା ରଗତା ଯୋଗୁଁ ଚୋର କୁ ଧରିପାରିନି ଟାଉନ ଥାନା ପୋଲିସ l
ଫୁଲବାଣୀ ଟାଉନ ଥାନା ରେ ଜଣେ ଦକ୍ଷ ଅଫିସର ଙ୍କୁ ନିଯୁକ୍ତି ଦେବାକୁ ଦାବିହେଉଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories