ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ଼ ବ୍ଲକରେ ମନରେଗା ଯୋଜନାର ସଫଳ ରୁପାନ୍ତରୀତ

Udaya_Labanya | January 6, 2022 | 25 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ)
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ ବ୍ଲକ ଅଞ୍ଚଳରେ ବ୍ଲ କ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗତ ୨୦୨୦/୨୧ ଆର୍ଥୀକବର୍ଷରେ ବିଭିନ୍ନ ପ୍ରକଳ୍ପମାନ ନିର୍ମାଣ କରାଯାଇ ସଫଳତା ହାସଲ କରିଛି ।
କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତରେ ୨୦୫ଗୋଟି ଭିନ୍ନଭିନ୍ନ ପ୍ରକଳ୍ପମାନ କରାଯାଇଥିବା ଜଣାପଡିଛି ।
ଧରାକୋଟ ପଞ୍ଚାୟତର ବିଭିନ୍ନ ଗ୍ରା

ମରେ୨୧ଟି ପ୍ରକଳ୍ପ ନିର୍ମାଣ କରାଯାଇଥିବାବେଳେ ଦୁର୍ଗାପଙ୍ଗାରେ୬ଟି, ଗୁଗୁରୁ ମାହାରେ ୨୬, ଯୁବା ଗୁଡ଼ାରେ ୧୧,ଯୁଡାବାଲିରେ୬, କୋଟଗଡରେ ୨୦, ମାଦାଗୁଡ଼ାରେ ୨୦ , ମାର
ଲାଙ୍ଗ ୧୩,ଓ ରା ୧୪,ପକାରି ୧,ପାରିଗଡ ୧୪ରାଣିପାଙ୍ଗା ୮,ସାର୍ତୁଲ ୧୯,ଶ୍ରୀରାମପୁର ୮,ଓ ସୁବର୍ଣ୍ଣ ଗିରି ୧୮ଏହିପରି ୨୦୫ ଆସେଟକରାଯାଇଛି। ଫଳରେ ବ୍ଳକ ଅଞ୍ଚଳର ହଜାର ହଜାର ଲୋକ ବେଶ ଉପକୃତ ହୋଇପାରିଛନ୍ତି । ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଓ ସହକାରୀ ଯନ୍ତ୍ରୀ ଇଂରାଜେନ୍ଦ୍ର ସୋରେନ ସହ ଯନ୍ତ୍ରୀ ଇଂ ପ୍ରମୋଦ ନା ଏକ , ପିକେ ମହାପାତ୍ର, ବିଜୟ ପାତ୍ର, ବିଜୟ କିଶାନ ଓ ଅନ୍ୟମାନଙ୍କ ନିଷ୍ଠାପରଉଦ୍ୟମ ଆନ୍ତରିକତା ଯୋଗୁ ଏ ସବୁ ସମ୍ଭବ ହୋଇପାରିଥିବା ଜଣା ପଡିଛି ।
ସେହିପରି ଚଳିତ ୨୦୨୧-୨୨ବର୍ଷରେ ଅକ୍ଟୋବର ଶେଷ ସୁଧା ୧୮ଟି ପ୍ରକଳ୍ପ କାର୍ଯ୍ୟ ହୋଇଥିବା ଜଣାପଡିଛି । ସେଥି ମଧ୍ୟରୁ ଧରାକୋଟ ପଞ୍ଚାୟତରେ୧.ଗୁଗ୍ରୁରୁ ମାହାରେ ୨,କୋଟଗଡ ରେ୧, ମାର୍ଲାଙ୍ଗ ୧. ଓସୁବର୍ଣ୍ଣଗିରି ପଞ୍ଚାୟତରେ ସର୍ବାଧିକ୧୩ଟି ପ୍ରକଳ୍ପ କାର୍ଯ୍ୟ ସରିଛି ।
ଏ ସବୁ ପ୍ରକଳ୍ପ ବିଶେଷକରି ମରୁଡି ମୁକାବିଲା, ମାଇକ୍ରୋଇରି ଗେସନ, ଜମି ମରାମତି, ରାସ୍ତା ସଂଯୋଗି କରଣ, ବନୀକରଣ, ମୃତ୍ତିକା ସଂରକ୍ଷଣ, ରୁରାଲ ସାନିଟେସନ ପ୍ରକଳ୍ପ କରାଯାଇଛି । ଯେଉଁଥିରେ କି ହଜାର ହଜାରଗ୍ରାମବାସୀଙ୍କୁ ଜବକାର୍ଡ଼ ମାଧ୍ୟମରେ କାମ ଧନ୍ଦା ଯୋଗ। ଇ ଦିଆଯାଇ ପାରିଶ୍ରମିକ ପ୍ରଦାନ କରାଯାଇଛି।
ଫଳରେ କାମଧନ୍ଦା ଅଭାବରୁ ଭିଟାମାଟି ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା କମିଯାଇଛି । ଆଉ କେହି ରାଜ୍ୟ ବାହାରକୁ ଦାବନ ଖଟିବାକୁ ନ ଯାଇ ଗ୍ରାମରେ ବେଶ ହସଖୁସିରେ ପରିବାର ସହ ରହୁଛନ୍ତି l

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories