ଟ୍ରାକଟର ଓ ମୋଟର ସାଇକେଲ ମୁହାଁମୁହିଁ ଧକାରେ ମୋଟର ସାଇକେଲ ଚାଳକ ମୃତ ଘଟଣା: ୫୯ନଂ ଜାତୀୟ ରାଜପଥ ଅବରୋଧ ଓ କ୍ଷତି ପୂରଣ ଦାବି

Udaya_Labanya | January 8, 2022 | 21 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ ସାରିଙ୍ଗିରିପି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥରେ ଟ୍ରାକଟର ଓ ମୋଟର ସାଇକେଲ ମୁହାଁମୁହିଁ ଧକା ହୋଇ ଘଟଣା ସ୍ଥଳରେ ମୋଟର ସାଇକେଲ ଚାଳକ ମୃତ। ମୃତକ ସିମନବାଡ଼ି ଗ୍ରାମର ସାରୁମା ସାହିର କମାର ନାୟକଙ୍କ ପୁଅ ରତ୍ନାକର ନାୟକ(୩୨) । ଏହି ଘଟଣାରେ ମୃତକ ପରିବାର ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ କ୍ଷତି ପୂରଣ ବାବଦକୁ ୫୦ହଜାର ଟଙ୍କା ଦେବାକୁ ଦାବୀ କରିବା ସହିତ ଟ୍ରାକ୍ଟର ଡ୍ରାଇଭର ଓ ମାଲିକଙ୍କୁ ଗିରଫ ଦାବୀ ନେଇ ରାସ୍ତା ଅବରୋଧ କରିଛନ୍ତି । ଏହି ଘଟଣାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସଝା କରୁଥିଲେ ମଧ୍ୟ ଲୋକମାନେ ଦାବୀ ପୁରଣ ନହେବା ଯାଏ ଅବରୋଧ ହଟିବ ନାହିଁ ବୋଲି ଅଡ଼ିବସିଛନ୍ତି । ଫଳରେ ଗମନାଗମନ ଠପ ହୋଇ ଯାତ୍ରୀ ଓ ପର୍ଯ୍ୟଟକ ମାନେ ସମସ୍ୟାରେ ପଡ଼ିଛନ୍ତି । ସୂଚନା ମୁତାବକ କୌଣସି ବ୍ୟକ୍ତିଗତ କାମରେ ଦାରିଙ୍ଗବାଡ଼ି ଆସି ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ସାତ ଘଣ୍ଟା ସମୟରେ ସାରୁମା ଗ୍ରାମକୁ ମଟର ସାଇକେଲରେ ଫେରୁଥିଲେ । ସାରିଙ୍ଗିରିପି ନିକଟ ୫୯ନଂ ଜାତୀୟ ରାଜପଥରେ ଟ୍ରାକଟର ଓ ମୋଟର ସାଇକେଲ ମୁହାଁମୁହିଁ ଧକା ହୋଇ ଘଟଣା ସ୍ଥଳରେ ମୃତ ହୋଇଥିଲେ । ଖବର ପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଓ ଟ୍ରାକଟରକୁ ଜବତ କରି ଅଧିକ ତଦନ୍ତ କରିବା ସହ ମୃତ ଶରୀରର ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିଲେ । ଏହାପରେ ମୃତକ ପରିବାର ପକ୍ଷରୁ ସିମନବାଡ଼ି ଗ୍ରାମରେ ପହଞ୍ଚି କ୍ଷତି ପୁରଣ ଦାବୀକରି ରାସ୍ତା ଅବରୋଧ କରିଛନ୍ତି ।

Share this

Related Posts

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views |0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର…

Udaya_Labanya | June 8, 2023 | 8 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ…

Leave a Reply

Your email address will not be published. Required fields are marked *

Archives

Categories